ପିସିଆର ଭ୍ୟାନକୁ ଆକ୍ରମଣ ଘଟଣା : ୨୪ ଗିରଫ

ଦେବଗଡ,ଏନ୍ଏନ୍ଏସ୍ : ରାସ୍ତା ଦୁର୍ଘଟଣାରେ ଗୁରୁବାର ସନ୍ଧ୍ୟାରେ ଜଣେ ୬ ବର୍ଷୀୟ ସ୍କୁଲ ଛାତ୍ରୀ ଙ୍କ ମୃତ୍ୟୁ ପରେ ଘଟଣା ସ୍ଥଳ କୁ ଯାଇଥିବା ପୁଲିସ ପିସିଆର ଭ୍ୟାନ ଉପରକୁ ଉତ୍ୟକ୍ତ ଲୋକମାନେ ଆକ୍ରମଣ କରିଥିଲେ। ଦେବଗଡ ଥାନା ପୁଲିସ ୫୦ରୁ ଉଦ୍ଦ୍ୱର୍ ବ୍ୟକ୍ତି ଙ୍କ ନାମରେ ମାମଲା ରୁଜୁ କରିଥିବା ବେଳେ ୨ ମହିଳା ସମେତ ୨୪ ଜଣଙ୍କୁ ଆଜି କୋର୍ଟ ଚାଳାଣ କରିଛି । ତେବେ ଅଦାଳତରେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଯାଇଥିବା ଜଣା ପଡିଛି ।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ସନ୍ଧ୍ୟାରେ ରଜାମୁଣ୍ଡା ଠାରେ ୪୯ନଂ ଜାତୀୟ ରାଜପଥ ଉପରେ ଏକ ଟ୍ରକ ଚାପାରେ ଜଣେ ୬ ବର୍ଷୀୟ ସ୍କୁଲ ଛାତ୍ରୀର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ପୁଲିସ ପିସିଆର ଭ୍ୟାନ ଘଟଣା ସ୍ଥଳକୁ ଯାଇଥିବା ବେଳେ ଉତ୍ୟକ୍ତ ଲୋକେ ପିସିଆର ଭ୍ୟାନକୁ ଆକ୍ରମଣ କରିବା ସହ ଲାଠି ଓ ପଥର ଧରି ୪୯ନଂ ଜାତୀୟ ରାଜପଥ କୁ ଅବରୋଧ କରିଥିଲେ ।

ଫଳରେ ରାସ୍ତାର ଉଭୟ ପାଶ୍ୱର୍ରେ ବହୁ ସଂଖ୍ୟକ ଯାନବାହାନ ଅଟକି ରହିଥିଲା। ଉତ୍ୟକ୍ତ ଲୋକଙ୍କୁ ପୁଲିସ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବୁଝାସୁଝା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ଉତ୍ୟକ୍ତ ଲୋକେ ପୁଲିସକୁ ଅଶଭ୍ୟ ଭାଷାରେ ଗାଳି ଗୁଳଜ କରିଥିଲେ । ଶେଷରେ ପୁଲିସ ପକ୍ଷରୁ ବଳ ପୂର୍ବକ ରାସ୍ତା ଅବରୋଧ କାରୀମାନଙ୍କୁ ଘଟଣାସ୍ଥଳରୁ ଗିରଫ କରି ରାସ୍ତା ଅବରୋଧ ହଟାଯାଇଥିଲା।

ଏ ନେଇ ବିଭାଗୀୟ ଅଧିକାରୀଙ୍କ ଏତାଲା କ୍ରମେ ଦେବଗଡ ଥାନା ପୁଲିସ ଏକ ମାମଲା ରୁଜୁ କରି ରଜା ମୁଣ୍ଡା ର କାଳିଆ ନାଏକ,ସତ୍ୟ ନାଏକ,ଯୋଗୀ ନାଏକ,ଘନଶ୍ୟାମ ନାଏକ,ରାମ ନାଏକ,ଲକ୍ଷ୍ମଣ ନାରଙ୍ଗ ,ସଂଜୟ ଦେହୁରୀ ,ଅଶୋକ ବିଶ୍ୱାଳ ,ରାମ ବାଘ,ଅଜିତ ନାଏକ, ଟିକମ ନାଏକ,ବିଦ୍ୟାଧର ମହାପାତ୍ର ,ସୁଶାନ୍ତ ଦ୍ୱିବେଦୀ ,ମନୋଜ ମହାପାତ୍ର ,କୁମାର ଦେହୁରୀ,ଡମ୍ବରୁ ଧଳ,ଲକ୍ଷ୍ମୀ ନ୍ଧଶଳ,ଧିରେନ ନାଏକ, ଚିକୁ ସାହୁ ,ବିଶ୍ୱନାଥ ଦେହୁରୀ ,ପ୍ରଦୀପ ଗୁରୁ ଓ ସମୀର ଦେହୁରୀ ଙ୍କସମେତ ଅନ୍ୟ ୫୦ଜଣ ଙ୍କ ନାମରେ ମାମଲା ଋୁଜୁ କରାଯାଇଥିବା ଜଣା ପଡିଛି ।