କାଳବୈଶାଖୀ ତାଣ୍ଡବ : ଗଛ ପଡି ମହିଳାଙ୍କ ମୃତ୍ୟୁ

ପାଟଣା,ଏନ୍ଏନ୍ଏସ୍ : କେନ୍ଦୁଝର ଜିଲ୍ଲା ପାଟଣା ଥାନା ମାଛଗଡ଼ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । କାଳ ବୈଶାଖୀ ଯୋଗୁ ବର୍ଷା ଓ ପବନର ବେଗ ଜୋର ଥିଲା । ଏହି ସମୟରେ ଗ୍ରାମର ଡମ୍ବୁରୁ ମହାନ୍ତଙ୍କ ପତ୍ନୀ ଲଳିତା ମହାନ୍ତ ଘର ପାଖରେ ଛିଡା ହୋଇଥିବା ବେଳେ ଘର ସାମ୍ନାରେ ଏକ ସଜନା ଗଛର ଡାଳ ଭାଙ୍ଗି ମହିଳାଙ୍କ ଉପରେ ପଡିଯାଇଥିଲା । ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ୧୦୮ ସାହାୟତାରେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ପାଟଣା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।