ନୂଆଦିଲ୍ଲୀ : ଭାରତୀୟ ସେନାବାହିନୀ ପକ୍ଷରୁ ଦେଶର ୭ଟି ସହରରେ କରୋନା ଭୂତାଣୁ ସଂକ୍ରମଣ ପୃଥକ ପର୍ଯ୍ୟବେକ୍ଷଣ ସୁବିଧା କେନ୍ଦ୍ର ସ୍ଥାପନ କରାଯାଇଛି । ଏଠାରେ ଇରାନରୁ ଫେରୁଥିବା ପ୍ରାୟ ୪୦୦ ଭାରତୀୟଙ୍କୁ ପୃଥକ ଯାଞ୍ଚ ପାଇଁ ରଖାଯିବ । ସେନା ମୁଖପାତ୍ର କର୍ଣ୍ଣେଲ୍ ଅମନ ଆନନ୍ଦ କହିଛନ୍ତି, ଆସନ୍ତା ଦୁଇ ତିନି ଦିନ ମଧ୍ୟରେ ଅଧିକ ଭାରତୀୟ ନାଗରିକ ସ୍ୱଦେଶ ଫେରିବା ନେଇ ଆଶା କରାଯାଉଛି । ସେନାବାହିନୀ ପକ୍ଷରୁ ଯୋଧପୁର, ଝାନସୀ, ଗୋରଖପୁର,କୋଲକାତା, ଜୈସଲମେର୍, ଚେନ୍ନାଇ ଦେଓଲାଇଠାରେ ସ୍ୱତନ୍ତ୍ର ସୁବିଧା ଥିବା ଏହି ପୃଥକ ପର୍ଯ୍ୟବେକ୍ଷଣ କେନ୍ଦ୍ର ଖୋଲାଯାଇଛି, ଯେଉଁଠାରେ ବିଦେଶ ଫେରନ୍ତାଙ୍କୁ ରଖାଯାଇ ଯାଞ୍ଚ୍ କରାଯିବ ।