ନୂଆଦିଲ୍ଲୀ,ଏଜେନ୍ସି: କ୍ରମାଗତ ଭାବେ ୫ଦିନ ହେବ ଦେଶରେ ପେଟ୍ରୋଲ ଓ ଡିଜେଲ ଦରରେ ହ୍ରାସ ଘଟୁଛି। ଏହି ପରିପ୍ରେକ୍ଷୀରେ ସୋମବାର ଦିନ ମଧ୍ୟ ପେଟ୍ରୋଲ ଦର ହ୍ରାସ ପାଇଛି। ଦିଲ୍ଲୀରେ ଆଜି ପେଟ୍ରୋଲ ଲିଟର ପିଛା ୭୦ ଟଙ୍କା ୫୯ ପଇସା ରହିଥିବା ବେଳେ ଡିଜେଲ ଦର ୨୫ ପଇସା ହ୍ରାସ ପାଇ ଲିଟର ପିଛା ୬୩ ଟଙ୍କା ୨୬ ପଇସା ରହିଛି। ସେହିପରି ମୁମ୍ବାଇରେ ମଧ୍ୟ ଡିଜେଲ ଦର ୨୬ ପଇସା ପାଇଥିବା ଜଣାପଡ଼ିଛି। ରବିବାର ଅପେକ୍ଷା ସୋମବାର ଦିନ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୨୪ ପଇସା ହ୍ରାସ ପାଇଛି। ଗତ ଛଅ ମାସ ମଧ୍ୟରେ ପେଟ୍ରୋଲ ସର୍ବନିମ୍ନ ଦରରେ ପହଞ୍ଚିଛି। ଅନ୍ୟପକ୍ଷରେ ଡିଜେଲ ଦର ଗତ ୮ମାସ ମଧ୍ୟରେ ସର୍ବନିମ୍ନ ସ୍ତରରେ ମଧ୍ୟ ପହଞ୍ଚିଛି।
ସେହିପରି ଆଜି ଭୁବନେଶ୍ବରରେ ପେଟ୍ରୋଲ ଦର ୬୯ ଟଙ୍କା ୭୮ ପଇସା ଥିବାବେଳେ ୬୭ ଟଙ୍କା ୯୬ ପଇସା ରହିଛି।