ଭବାନୀପାଟଣା,ଏନ୍ଏନ୍ଏସ୍: କଳାହାଣ୍ଡି ଜିଲ୍ଲା ନର୍ଲା ସେକ୍ସନରେ କାମ୍ପା ଯୋଜନାରେ ଆର୍ଥିକ ବର୍ଷ ୨୦୧୫-୧୬, ୨୦୧୬-୧୭ ର ୧୪୫୦ ହେକ୍ଟର୍ ଗ୍ୟାପ ପ୍ଲାଣ୍ଟିଅନ୍ ନାଁ ରେ ୨ କୋଟି ୨୧ ଲକ୍ଷ ଟଙ୍କା ଦୁର୍ନୀତି କରିଥିବା ଅଭିଯୋଗରେ ଆଜି ଭିଜିଲାନ୍ସ ପକ୍ଷରୁ ରେଡ କରାଯାଇଛି। ଏହି ପରିପ୍ରେକ୍ଷୀରେ ଉତ୍ତର ବିଭାଜନର କଳାହାଣ୍ଡି ବନ ବିଭାଗର ନର୍ଲା ତତ୍କାଳୀନ ଫରେଷ୍ଟର୍ ସମ୍ପଦ କୁମାର, ଅବସର ଗ୍ରହଣ କରିଥିବା ତତ୍କାଳୀନ ରେଞ୍ଜର୍ ଅନ୍ତର୍ଯ୍ୟାମୀ ଦାସ, ତତ୍କାଳୀନ ଏସିଏଫ୍ ତଥା ବର୍ତ୍ତମାନର ସୁବର୍ଣ୍ଣପୁର ଡିଏଫ୍ଓ ସୁଶାନ୍ତ କୁମାର ସାମନ୍ତରାୟ ଓ ତତ୍କାଳୀନ ଡିଏଫ୍ଓ ଲଳିତେନ୍ଦୁ ଜେନାଙ୍କ ଘରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ବାରା ରେଡ୍ ହୋଇଛି। ଏଥିସହ ଉପରୋକ୍ତ ୪ ଜଣଙ୍କୁ କେସ୍ ନଂ- ୨୬୭/୨୦୨୦ ଅନୁସାରେ ଆସନ୍ତା ୧୨ ତାରିଖରେ ଲୋକାୟୁକ୍ତ ନିକଟରେ ହାଜର୍ ହେବା ପାଇଁ ଲୋକାୟୁକ୍ତ ନୋଟିସ୍ କରିଛନ୍ତି।
ପ୍ରକାଶ ଥାଉ କି- ସୂଚନା ଆଇନ ଦ୍ବାରା ତଥ୍ୟ ମାଗି ଗତ ଜାନୁଆରୀ ୨୪ ତାରିଖ ଦିନ ସୂଚନା କର୍ମୀ ଶ୍ରୀ ବିନ୍ଦୁ ନାଏକ ଲୋକାୟୁକ୍ତ ନିକଟରେ ଅଭିଯୋଗ କରିଥିଲେ ।