ନୟାଗଡ଼,ଏନ୍ଏନ୍ଏସ୍ : ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ବିରଳ ଶିଶୁର ଜନ୍ମ ହୋଇଥିବା ଜଣାପଡ଼ିଛି । ବୁଧବାର ଜନ୍ମ ଗ୍ରହଣ କରିଥିବା ଏହି ଶିଶୁ ନୟାଗଡ଼ କେଶରପୁର ଗ୍ରାମର ମିନି ପ୍ରଧାନ ଏବଂ ସନିଆ ସ୍ୱାଇଁଙ୍କ ଝିଅ ବୋଲି ଜଣାଯାଇଛି ।ସୂଚନାନୁସାରେ, ଶିଶୁଟିର ଛାତିରେ ଆଦୈା ହାଡ଼ ନଥିବା ଜଣାଯାଇଛି । ଫଳରେ ଶିଶୁଟି ନିଶ୍ୱାସ ପ୍ରଶ୍ୱାସ ନେବାର କଷ୍ଟ ଅନୁଭବ କରୁଥିବାରୁ ତାକୁ କିଛି ସମୟ ପାଇଁ ଏସଏନସିୟୁରେ ରଖାଯିବା ପରେ କଟକ ସ୍ଥାନାନ୍ତରିତ କରାଯାଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଜଣାପଡ଼ିଛି । ଏବେ ଶିଶୁଟି କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ଥିବା ତାଙ୍କ ମାଆ ମିନି ପ୍ରଧାନ ସୂଚନା ଦେଇଛନ୍ତି ।