ଭୁବନେଶ୍ୱର,ଏନ୍ଏନ୍ଏସ୍ : ହୋଲି ମିଳନ ଯୋଗୁଁ କରୋନା ଭାଇରସ୍ ସଂକ୍ରମଣର ଆଶଙ୍କା ଥିବାରୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଚଳିତ ବର୍ଷ ହୋଲି ଖେଳିବେ ନାହିଁ କି କୌଣସି ହୋଲି ମିଳନ, ଉତ୍ସବାଦିରେ ଯୋଗ ଦେବେ ନାହିଁ । ଭୟାବହ କରୋନା ଭାଇରସ୍ ସଂକ୍ରମଣର ମୁକାବିଲା ନିମନ୍ତେ ପ୍ରତ୍ୟେକ ସତର୍କତାମୂଳକ ପଦକ୍ଷେପ ନେବା ସହ ବ୍ୟାପକ ଜନ ସଚେତନତା ସୃଷ୍ଟି କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି ।