କୋରାପୁଟ,ଏନ୍ଏନ୍ଏସ୍ : ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଓ ତେଲ, ସାବୁନ, ସେନିଟାରୀ ପେଡ୍ ନିମନ୍ତେ ଅନୁଦାନ ଆସୁଥିଲେ ମଧ୍ୟ ସେଗୁଡ଼ିକ ଦିଆଯାଉଥିବା ଅଭିଯୋଗ ନେଇ କୋରାପୁଟ ବ୍ଲକ୍ ମାନବାର ସ୍ଥିତ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଶତାଧିକ ଛାତ୍ରୀ ଶୁକ୍ରବାର ପୂବାହ୍ନରେ ମାନବାରରୁ ୭ କିଲୋମିଟର ଦୂର ଚାଲିଚାଲି ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ôଚଥିଲେ। ଜିଲ୍ଲାପାଳ ନଥିବାରୁ ସେମାନେ ଅଫିସ୍ ସମ୍ମୁଖରେ ଧାରଣା ଦେଇ ବସି ରହିଥିଲେ।
ସୂଚନାପାଇ ଜିଲ୍ଲା ଶିକ୍ଷା ଅଧିକାରୀ ରାମଚନ୍ଦ୍ର ନାହାକ ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀ ମଧୁସ୍ମିତା ମହାପାତ୍ର ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ôଚ ଅଭିଯୋଗର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେବା ପରେ ଛାତ୍ରୀମାନେ ସ୍କୁଲକୁ ଫେରିଥିଲେ। ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ମାନବାର ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ ଏକ ଛାତ୍ରୀ ନିବାସ ରହିଛି। ଛାତ୍ରୀ ନିବାସ ନିଜେ ପ୍ରଧାନଶିକ୍ଷୟିତ୍ରୀ ପରିଚାଳନା କରୁଥିବା ବେଳେ ଅନ୍ତେବାସିନୀ ମାନଙ୍କ ଖାଦ୍ୟ ଓ ସେମାନଙ୍କ ନିମନ୍ତେ ଆସୁଥିବା ତେଲ, ସାବୁନ, କସମେଟିକ୍ସ୍, ସାନିଟାରୀ ପେଡ୍ ଇତ୍ୟାଦି ଯୋଗାଇବା ଦାୟିତ୍ୱ ମଧ୍ୟ ନିଜେ ପ୍ରଧାନଶିକ୍ଷୟିତ୍ରୀ ବୁଝିଥାଆନ୍ତି।
ତେବେ ଛାତ୍ରୀମାନଙ୍କ ଅଭିଯୋଗ ଅନୁଯାୟୀ, ପ୍ରଧାନ ଶିକ୍ଷୟିତ୍ରୀ ଅତି ନିମ୍ନମାନର ଖାଦ୍ୟ ଦେଉଥିବା ଓ ସେମାନଙ୍କ ନିମନ୍ତେ ସରକାର ଦେଉଥିବା ତେଲ, ସାବୁନ୍, କସମେଟିକ୍ସ୍, ସାନିଟାରୀ ପେଡ୍ ନିୟମିତ ପାଉନଥିବା ଅଭିଯୋଗ କରିଛନ୍ତି। ଏସମ୍ପର୍କର୍ରେ ପ୍ରଧାନଶିକ୍ଷୟିତ୍ରୀଙ୍କୁ ପଚାରିଲେ ହଷ୍ଟେଲରୁ ବାହାର କରି ଦେବାକୁ ଓଲଟା ଧମକ ମିଳୁଥିବା ଛାତ୍ରୀମାନେ କହିଛନ୍ତି। ଅନ୍ୟ ପକ୍ଷରେ ହଷ୍ଟେଲ୍ ପରିଚାଳନା ଦାୟିତ୍ୱ ହାତେଇବାକୁ ବିଦ୍ୟାଳୟର କିଛି ଶିକ୍ଷକ ଛାତ୍ରୀମାନଙ୍କୁ ମତାଇ ଏଭଳି ବିଶୃଂଖଳା ସୃଷ୍ଟି କରୁଥିବା ଏକ ବିଶ୍ୱସ୍ତ ସୂତ୍ରରୁ ଜଣା ପଡିଛି। ହଷ୍ଟେଲ୍ ପରିଚାଳନା ଦାୟିତ୍ୱ ନେଇ ହାତ ଚିକ୍କଣ କରିବା ଉଦ୍ଦେଶ୍ୟ ରଖି ପ୍ରଧାନ ଶିକ୍ଷୟତ୍ରୀଙ୍କ ବିରୁଦ୍ଧରେ ବିଦ୍ୟାଳୟର କିଛି ଶିକ୍ଷକ ଏଭଳି ଛାତ୍ରୀମାନଙ୍କୁ ମହରା କରିଥିବା ମଧ୍ୟ ବିଭିନ୍ନ ସ୍ଥାନରେ ଆଲୋଚନା ହେଉଥିବା ଶୁଣିବାକୁ ମିଳିଛି। ତେବେ ଜିଲ୍ଲା ପ୍ରଶାସନ ଘଟଣାର ତଦନ୍ତ କରି ଦୋଷି ବିରୋଧରେ ଦୃଢ କାର୍ଯାନୁଷ୍ଠାନ ନେବାକୁ ଦାବି ହେଉଛି।