କଟକ,ଏନ୍ଏନ୍ଏସ୍: ଏସ୍ସିବିରୁ କରୋନା ସନ୍ଦିଗ୍ଧଙ୍କ ଫେରାର ଘଟଣାର ଅସଲି ତଥ୍ୟ ପଦାକୁ ଆସିଲା। ସୂଚନା ଅନୁସାରେ ଉକ୍ତ ବ୍ୟକ୍ତି ଜଣଙ୍କ ଆୟରଲାଣ୍ଡର ଜଣେ ବିଜନେସ ମ୍ୟାନ୍। ସେ ଗତକାଲି ଭୁବନେଶ୍ୱରକୁବିଜନେସ୍ ସମ୍ବନ୍ଧୀୟ କାର୍ଯ୍ୟରେ ଆସିଥିଲେ। ତେବେ ଆୟରଲାଣ୍ଡରେ କରୋନା ଆତଙ୍କ ଚାଲିଥିବା ବେଳେ ତାଙ୍କର ସନ୍ଦେହ ହେବାରୁ ସେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲକୁ ଯାଇଥିଲେ। ସେଠାରେ ସେ ନିଜକୁ ପରୀକ୍ଷା କରାଇଥିଲେ।
ଏହି ସମୟରେ ଡାକ୍ତର ତାଙ୍କୁ ହସ୍ପିଟାଲରେ ଆଡ୍ମିସନ ହେବାପାଇଁ ପରାମର୍ଶ ଦେଇଥିଲେ। ପରେ ସେ ଏଥିରେ ରାଜି ନ ହୋଇ କଟକ ଏସସିବିକୁ ଯାଇଥିଲେ। ସେଠାରେ ମଧ୍ୟ ଡାକ୍ତର ଆଡ୍ମିସନ ପାଇଁ ପରାମର୍ଶ ଦେବାରୁ ସେ ସେଠାରୁ ଫେରିଆସିଥିଲେ। ତେବେ ଏ ନେଇ ହସ୍ପିଟାଲ କର୍ତ୍ତୃପକ୍ଷ ଥାନାରେ ଏତଲା ଦିଆଯାଇଥିଲା। ତେବେ ଉକ୍ତ ବ୍ୟକ୍ତି ଜଣଙ୍କ ଭୁବନେଶ୍ୱରର ଏକ ହୋଟେଲରେ ରହୁଥିବା ଜଣାପଡ଼ିଛି। ଏହା ପରେ ହସ୍ପିଟାଲ କର୍ତ୍ତୃପକ୍ଷ ସେଠାରେ ପହଞ୍ଚି ତାଙ୍କୁ ବୁଝାସୁଝା କରିବା ପରେ ସେ ରାଜି ହୋଇଥିଲେ ହେଁ ସେ ହସ୍ପିଟାଲରେ ଆଡ୍ମିସନ ହେବେନି କିନ୍ତୁ ସେ ରୁମରେ ରହିବେ ଓ କାହା ସହ ବେଶି ମିଳାମିଶା କରିବେ ନାହିଁ ବୋଲି କହିଥିଲେ।
ସୂଚନା ଅନୁସାରେ କଟକ ଏସ୍ସିବି ମେଡିକାଲ୍ରୁ ଚମ୍ପଟ ମାରିଲେ କରୋନା ସନ୍ଦିଗ୍ଧ ଗତକାଲି ରାତିରୁ ଉକ୍ତ ବ୍ୟକ୍ତି ଜଣକ କେଉଁଆଡ଼େ ଚମ୍ପଟ ମାରିଥିବା ନେଇ ବୋଲି ସୂଚନା ମିଳିଛି। ଏନେଇ ମଙ୍ଗଳାବାଗ ଥାନାରେ ମେଡିକାଲ୍ କର୍ତ୍ତୃପକ୍ଷ ମୌଖିକ ଅଭିଯୋଗ କରିଛନ୍ତି।