ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୁଚିଣ୍ଡା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଘରେ ରେଡ୍

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି କୁଚିଣ୍ଡା କାର୍ଯ୍ୟନିର୍ବାହୀ ଅଧିକାରୀ ଜିତେନ୍ଦ୍ର ମହାପାତ୍ରଙ୍କ ଝାରସୁଗୁଡ଼ା ସହର ଗୁଜରାଟୀ ପଡାରେ ରହୁଥିବା ଭଡ଼ା ଘରେ ଭିଜିଲାନ୍ସ ଚଢ଼ଉ କରିଛି। ସହ କୁଚିଣ୍ଡା ଏନ୍ଏସି ମ୍ୟୁନିସିପାଲିଟୀ ଅଫିସ ସହ ଆଉ ୪ଟି ସ୍ଥାନରେ ୬ଟି ଭିଜିଲାନ୍ସ ଟିମ ଏକା ସାଙ୍ଗରେ ଚଢ଼ଉ କରିଛନ୍ତି। ରେଡରେ କୁଚିଣ୍ଡା ଏକଜିକ୍ୟୁଟିଭ ଅଫିସ ତହସିଲ ଅଫିସ ଝାରସୁଗୁଡ଼ା, ନିଜ ଘର ସମ୍ବଲପୁର ଜିଲ୍ଲା କାଇଁସିର, ପୈତୃକ ଘର କୋଲାବିରା, ସମ୍ବଲପୁର ଶ୍ୱଶୂର ଘରରେ ଚଢ଼ଉ କରାଯାଇଛି।