ପଂଚାୟତରାଜଦିବସକୁ ବିଜେପି ଜିଲ୍ଲାପରିଷଦର ବର୍ଜନ !

ଦେବଗଡ,ଏନ୍ଏନ୍ଏସ୍ : ଓଡ଼ିଶାର ମହାନ ଜନନାୟକ ପ୍ରବାଦପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଉପଲକ୍ଷେ ଏହି ମହାନ ଆତ୍ମାଙ୍କ ସ୍ମୃତିଚାରଣ କରାଯାଇ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଦଳମତ ନିର୍ବିଶେଷରେ ସମସ୍ତ ଜନସାଧାରଣ ସମ୍ମାନ ପ୍ରଦର୍ଶନ କରୁଥିବା ବେଳେ ଦେବଗଡ ଜିଲ୍ଲାପରିଷଦ ଠାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଲିଛି। ଆଜି ଜିଲ୍ଲା ଗ୍ରାମ୍ୟଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଆୟୋଜିତ ପଂଚାୟତୀରାଜ ଦିବସ କାର୍ଯ୍ୟକ୍ରମରେ ଦଳୀୟ ଭେଦଭାବ ପରିଲକ୍ଷିତ ହୋଇ ଦେବଗଡ ଜିଲ୍ଲାପରିଷଦ କ୍ଷମତାସୀନ ବିଜେପି ଏହି କାର୍ଯ୍ୟକ୍ରମରୁ ଦୁରେଇ ରହିଥିବା ଦେଖିବାକୁ ମିଳିଥିଲା।

ଦେବଗଡ ଜିଲ୍ଲା ପରିଷଦ ପକ୍ଷରୁ ପଚାଂୟତିରାଜ ଦିବସ ଆୟୋଜନ କରାଯାଉଥିଲେ ମଧ୍ୟ ୭ ସଦସ୍ୟ ବିଶିଷ୍ଠ ଦେବଗଡ ଜିଲ୍ଲାପରିଷଦ ୬ ସଦସ୍ୟଙ୍କ ସହ ବିଜେପି କ୍ଷମତାସୀନ ରହିଅଛି। ଜିଲ୍ଲାପରିଷଦ ଅଧ୍ୟକ୍ଷ ,ଉପାଧ୍ୟକ୍ଷ ସମେତ ଅନ୍ୟ ୪ଜଣ ସଦସ୍ୟ ବିଜେପିର ରହିଥିବା ବେଳେ ଆଜି ଏହି ପଚଂୟାତରାଜ ଦିବସରେ ପାଳନ ବେଳେ ଜଣେ ମାତ୍ର ସଦସ୍ୟଙ୍କୁ ଛାଡି ଅଧ୍ୟକ୍ଷା ଓ ଉପାଧ୍ୟକ୍ଷଙ୍କ ସମେତ ଅନ୍ୟ କେହି ସଦସ୍ୟ ଏହି କାର୍ଯ୍ୟକ୍ରମରେ ନିଜକୁ ସାମିଲ ନକରି ଦୁରେଇ ରହି ଥିଲେ। ଏପରିକି ଶ୍ରେଷ୍ଠ ବିବେଚିତ ସଂରପଚ ମଧ୍ୟ ପୁରସ୍କାର ଗ୍ରହଣ କରିବାକୁ ଆସି ନଥିବା ଦେଖିବାକୁ ମିଳିଥିଲା।

ତେବେ ବିଜୁ ବାବୁଙ୍କ ଭଳି ଜଣେ ମହାନ ଜନନାୟକଙ୍କ ଜନ୍ମ ତିଥିକୁ ପଂଚାୟତିରାଜ ଦିବସ ଭାବେ ଘୋଷଣା କରାଯାଇ ଥିଲେ ମଧ୍ୟ ପଂଚାୟତିରାଜ ବିଭାଗ ଅଧିନସ୍ଥ ପଦବୀ ଧାରୀ କ୍ଷମତାସୀନ ନେତୃମଣ୍ଡଳୀ ଅଘୋଷିତ ଭାବେ କାର୍ଯ୍ୟକ୍ରମକୁ ବହିଷ୍କାର କରିବା ଭଳି ଘଟଣା ଯୋଗୁଁ ମହାନାୟକଙ୍କ ତାଙ୍କ ଜନ୍ମ ତିଥିରେ ସମ୍ମାନ ନ ଜଣାଇବା ଏକ ଖରାପ ପରମ୍ପରା ସୃଷ୍ଟି କରୁଛି ବୋଲି ବହୁ ଜନସାଧାରଣ ମତବ୍ୟକ୍ତ କରିଥିଲେ।

ଏ ସମ୍ପର୍କରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଭିନସେଣ୍ଟ ପୁନମ କାନ୍ତ ଏକ୍କାଙ୍କ ମତାମତ ନେବାରୁ ସେ ଜିଲ୍ଲାପରିଷଦ ଅଧ୍ୟକ୍ଷା ସୁଧାମୟୀ ପଟେଲ, ଲଉପାଧ୍ୟକ୍ଷ ଜୟକୃଷ୍ଣ ପ୍ରଧାନଙ୍କ ସମେତ ସମସ୍ତ ଜିଲ୍ଲାପରିଷଦ ସଦସ୍ୟଙ୍କୁ ନିମନ୍ତ୍ରଣ କରିଥିଲେ ମଧ୍ୟ ବ୍ୟକ୍ତିଗତ କାର୍ଯ୍ୟରେ ଅଧ୍ୟକ୍ଷା ବାହରକୁ ଯାଇଥିବା ପ୍ରକାଶ କରିବା ସହ ଉପାଧ୍ୟକ୍ଷ ଓ ଅନ୍ୟ ସଦସ୍ୟଙ୍କ ଅନୁପସ୍ଥିତି କାରଣ ତାଙ୍କୁ ଜଣା ନାହିଁ ବୋଲି ସୂଚନା ଦେଇଥିଲେ। ସେହିପରି ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କୁ ଫୋନ ଯୋଗେ ଯୋଗା ଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ରିସିଭ କରୁ ନଥିବାରୁ ତାଙ୍କ ମତାମତ ମିଳିପାରି ନାହିଁ।