କଟକ,ଏନ୍ଏନ୍ଏସ୍: କଟକ ଠାରେ ଥିବା ମଧୂସୁଦନ ଆଇନ ମହାବିଦ୍ୟାଳୟ ବର୍ତ୍ତମାନ ବିଶ୍ୱବିଦ୍ୟାଳୟରେ ପରିଣତ ହୋଇଛି। ଏହି ପରିପ୍ରେକ୍ଷୀରେ ବିଧିବଦ୍ଧ ଭାବେ ଜୁନ ୧ ତାରିଖରୁ ବିଶ୍ୱବିଦ୍ୟାଳୟରେ ପରିଣତ ହେବା ଲାଗି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। କେବଳ ସ୍ୱୟଂଶାସିତ ଆଇନ ମହାବିଦ୍ୟାଳୟକୁ ବାଦ ଦେଲେ ଅନ୍ୟ ସମସ୍ତ ଆଇନ ମହାବିଦ୍ୟାଳୟ ମଧୂସୁଦନ ଆଇନ ବିଶ୍ୱବିଦ୍ୟାଳୟ ଅଧୀନରେ ରହିବ।
ସୂଚନା ଅନୁସାରେ ବହୁ ଦିନ ଧରି ମଧୂସୁଦନ ଆଇନ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ କରିବାକୁ ଦାବି ହୋଇ ଆସୁଥିଲା। ବିଳମ୍ବରେ ସତ୍ତେ୍ୱ ବିଶ୍ୱବିଦ୍ୟାଳୟର ଆଖ୍ୟା ମିଳିଥିବାରୁ ସମସ୍ତେ ଖୁସି ଜାହିର କରିଛନ୍ତି।