ଭୁବନେଶ୍ୱର : ଡରାଉଛି କରୋନା ଭାଇରସ୍ । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା କରୋନା ଭାଇରସ୍ ରେ ଆକ୍ରାନ୍ତ ହୋଇ ଚୀନରେ ୩ ହଜାରରୁ ଅଧିକ ପ୍ରାଣ ହରାଇଥିବା ବେଳେ ଅନ୍ୟ ଦେଶରେ ଶହେରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ଏହି ଭୂତାଣୁ ଏବେ ଭାରତ ମୁହାଁଛନ୍ତି। ଭାରତରେ ମୋଟ୍ ୨୮ ଜଣ କରୋନା ଭାଇରସ୍ ରେ ଆକ୍ରନ୍ତ ହୋଇଛନ୍ତି । ସେହିପରି ଓଡିଶାରେ କେତେ ଜଣ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି ।
ମଙ୍ଗଳବାର କଟକ ଏସସିବି ମେଡିକାଲରେ ଦୁଇ ଜଣ ଏବଂ ସମ୍ବଲପୁର ଭିମସାର ରେ ଜଣେ କରୋନା ସନ୍ଦିଗ୍ଧ ଭର୍ତ୍ତି ହୋଇଥିବା ଜଣାପଡିଛି । ସେମାନଙ୍କୁ ସ୍ୱତନ୍ତ୍ର ୱାର୍ଡରେ ରଖା ଚିକିତ୍ସା ଜାରି ରହିଛି। ଏସସିବିରେ ଥିବା ଦୁଇ ଜଣ ସନ୍ଦିଗ୍ଧଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପୁଣେ ପଠାଯାଇଛି । ତେବେ ଏପରି ପରିସ୍ଥିତିରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି । କାର୍ୟ୍ୟକ୍ଷେତ୍ରରେ କିଭଳି ନିଜକୁ ସୁରକ୍ଷିତ ରହିବେ ସେନେଇ ଆଡଭାଇଜରୀରେ ଦର୍ଶାଯାଇଛି ।