ନୂଆଦିଲ୍ଲୀ : ପୁଣି ଟଲିଲା ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖ । ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କ ଆସନ୍ତାକାଲି ଫାଶୀ ଲାଗି ଜାରି ହୋଇଥିବା ମୃତ୍ୟୁ ପରୱାନା ଉପରେ ରୋକ୍ ଲାଗିଛି । ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ପୂର୍ବରୁ ମାର୍ଚ୍ଚ ୩ ତାରିଖରେ ୪ ଦୋଷୀ ମୁକେଶ କୁମାର ସିଂହ (୩୨), ପଓ୍ଵନ ଗୁପ୍ତା (୨୫), ବିନୟ କୁମାର ଶର୍ମା (୨୬) ଓ ଅକ୍ଷୟ ଠାକୁର (୩୧)ଙ୍କ ଫାଶୀ ଲାଗି ଜାରି କରିଥିବା ଡେଥ୍ ୱାରେଣ୍ଟ ବା ମୃତ୍ୟୁ ପରୱାନା ଉପରେ ରୋକ ଲଗାଇଛନ୍ତି । ମାମଲାର ଶୁଣାଣି କରି ବିଚାରପତି ଜଷ୍ଟିସ୍ ଧର୍ମେନ୍ଦ୍ର ରାନା କହିଥିଲେ, ଦୋଷୀ ପବନ୍ ଗୁପ୍ତାର ରାଜକ୍ଷମା ଆବେଦନ ଉପରେ ନିଷ୍ପତ୍ତି ରାଷ୍ଟ୍ରପତିଙ୍କ ବିଚାରାଧୀନ ଥିବାରୁ ମୃତ୍ୟୁ ପରୱାନା କାର୍ଯ୍ୟକାରିତାକୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଗଲା।