ବାରିପଦା,ଏନ୍ଏନ୍ଏସ୍: ବାରିପଦା ସ୍ଥିତ ପିଆରଏମ ମେଡିକାଲରେ ବାରିପଦା ମଣ୍ଡଳ କାରାଗାରର ଜଣେ ବିଚାରଧୀନ କଏଦୀଙ୍କ ମୃତ୍ୟୁ ହୋଇଛି। ମୃତକ ସମ୍ବଲପୁର ଜିଲ୍ଲାର ସିକମପୁର ଅଞ୍ଚଳର ସୁରଜ ନାଥ।
ପ୍ରେମ ବିବାହ କରି ମୋରଡାଠାରେ ରହିଆସୁଥିଲେ। ତେବେ ଗତ ଶୁକ୍ରବାର ଦିନ ପାରିବାରିକ କଳହକୁ କେନ୍ଦ୍ର କରି ପତ୍ନୀ କୁମୁଦିନୀ ମହାକୁଡଙ୍କୁ ମାରପିଟ କରିଥିଲେ। ଯାହାକୁ ନେଇ କୁମୁଦିନୀ ମୋରଡା ଥାନାରେ ଅଭିଯୋଗ କରିବା ପରେ ପୋଲିସ ସୁରଜକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
ଜାମିନ ଅବେଦନ ଖାରଜ ହେବାରୁ ତାଙ୍କୁ ବାରିପଦା ମଣ୍ଡଳ କାରାଗାରକୁ ପଠାଇ ଦିଆଯାଇଥିଲା। ସେଠାରେ ହଠାତ ତାଙ୍କ ଶରୀର ଅସୁସ୍ଥ ହେବାରୁ ତାଙ୍କୁ ଜେଲ କର୍ତ୍ତୃପକ୍ଷ ମେଡିକାଲରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।