କୋଲକାତା,ଏଜେନ୍ସି: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି, ଦେଶର ସମସ୍ତ ଶରଣାର୍ଥୀଙ୍କୁ ସଂଶୋଧିତ ନାଗରିକତା ଆଇନ ଅଧୀନରେ ନାଗରିକତ୍ୱ ନ ମିଳିବା ପର୍ୟ୍ୟନ୍ତ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ଅଟକିବେ ନାହିଁ। କୋଲକାତାରେ ଆଜି ବିଜେପି ଦ୍ୱାରା ଆୟୋଜିତ ‘ଆର ନଏ ଅନ୍ୟାୟ’ ରାଲିରେ ଉଦବୋଧନ ଦେବା ଅବସରରେ ଶାହା କହିଛନ୍ତି, ଯେ ୨୦୨୧ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଦୁଇ ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ସହ ସେଠାରେ ସରକାର ଗଠନ କରିବ।
ଆମେ ସମଗ୍ର ବିଶ୍ୱରେ ଶାନ୍ତି ଚାହୁଁଛୁ। ୧୦,୦୦୦ ବର୍ଷର ଇତିହାସରେ ଭାରତ କାହା ଉପରେ ଆକ୍ରମଣ କରିନାହିଁ। ଆମେ କାହାକୁ ଆମର ଶାନ୍ତି ଭଙ୍ଗ କରିବାକୁ ଅନୁମତି ଦେବୁ ନାହୁଁ। ଯିଏ ଆମ ସୈନିକଙ୍କ ଜୀବନ ନେବ, ତାକୁ ବହୁମୂଲ୍ୟ ଦେବାକୁ ପଡ଼ିବ। ଯେଉଁମାନେ ଦେଶକୁ ବିଭାଜନ କରିବାକୁ ଏବଂ ଏହାର ଶାନ୍ତି ଭଙ୍ଗ କରିବାକୁ ଚାହୁଁଛନ୍ତି, ସେମାନେ ଏନଏସଜିର ଉପସ୍ଥିତିକୁ ଭୟ କରିବା ଉଚିତ୍। ତଥାପି ଯଦି ସବୁ ଜାଣି ସେମାନେ ଏପର୍ୟ୍ୟନ୍ତ ଆସନ୍ତି, ତେବେ ସେମାନଙ୍କ ସହ ମୁକାବିଲା କରିବା ଏବଂ ସେମାନଙ୍କୁ ପରାସ୍ତ କରିବା ଏନଏସଜିର ଦାୟିତ୍ୱ ବୋଲି ରାଜରହାଟରେ ଜନତାଙ୍କୁ ଉଦ୍ବୋଧନ ଦେଇ କହିଛନ୍ତି ଅମିତ୍ ଶାହା।
ଏହା ସହ ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧୀନରେ ଆମେ ଆତଙ୍କବାଦ ବିରୋଧରେ ଶୂନ୍ୟ-ସହନଶୀଳତା ନୀତି ଅନୁସରଣ କରୁଛୁ ଏବଂ ଏହାକୁ ପ୍ରଦାନ କରିବାରେ ଏନଏସଜି ଅଗ୍ରଣୀ ଭୂମିକା ଗ୍ରହଣ କରୁଛି। ପ୍ରଧାନମନ୍ତ୍ରୀ ମୋଦୀ କ୍ଷମତାକୁ ଆସିବା ପରେ ଭାରତର ପ୍ରତିରକ୍ଷା ଏବଂ ବୈଦେଶିକ ନୀତି ମଧ୍ୟରେ ଏକ ଭିନ୍ନ ପାର୍ଥକ୍ୟ କରାଯାଇଛି ଯାହା ଅତୀତରେ ନଥିଲା ବୋଲି ସେ କହିଛନ୍ତି।