ଦେବଗଡ଼,ଏନ୍ଏନ୍ଏସ୍: ବିଷାକ୍ତ ମଦ ପିଇ କରି ବାରକୋଟ ଥାନା ଅନ୍ତର୍ଗତ ଗୌଡସୁଗୁଡା ଗ୍ରାମର ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଦିନ ପ୍ରାୟ ୨ଟା ସମୟରେ ଗୌଡସୁଗୁଡା ଗ୍ରାମର ପଟେଲ ପେଣ୍ଠେଇ(୫୨)ଗ୍ରାମରେ ଥିବା କୌଣସି ଏକ କୁଚିଆ ମଦ ଦୋକାନରୁ ମଦ କିଣି ପିଇଥିଲା। ପରେ ସେ ଘରକୁ ଫେରୁଥିବା ସମୟରେ ନନେଇଁ ସ୍ଥିତ ଉତ୍କଳମଣୀ ଶିଶୁ ଶିକ୍ଷା ମନ୍ଦିର ସମ୍ମୁଖ ରାସ୍ତାରେ ପଡିଯାଇ କ୍ଷତବିକ୍ଷତ ହେବାସହ ଚେତାଶୂନ୍ୟ ହୋଇପଡିଥିଲେ। ଗ୍ରାମବାସୀ ତଥା ପରିବବାର ଲୋକଙ୍କ ସହାୟତାରେ ତାଙ୍କୁ ଗୁରୁତର ଅବସ୍ତାରେ ଉଦ୍ଧାର କରାଯାଇ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ସେ ବିଷାକ୍ତ ମଦ ପିଇ ତାଙ୍କ ଅବସ୍ଥା ଗୁରୁତର ଥିବା ଜାଣି ଅଧିକ ଚିକିତ୍ସା ନିମନ୍ତେ ଡାକ୍ତର ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ମାତ୍ର ବୁର୍ଲା ନେବା ପୂର୍ବରୁ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା।
ସୂଚନା ପାଇ ଦେବଗଡ଼ ଥାନା ପୁଲିସ ପଟେଲଙ୍କର ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ କରିବାପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି। ତେବେ ତାଙ୍କ ପରିବାର ଲୋକେ ଏବଂ ଗ୍ରାମବାସୀ ମାନେ ଏହା ବିଷାକ୍ତ ମଦ ଜନିତ ବୋଲି ଅଭିଯୋଗ ହେଉଛି। ତେଣୁ ଏହାର ଉପଯୁକ୍ତ ଏବଂ ନିରପେକ୍ଷ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଗ୍ରାମବାସୀମାନେ ମତପ୍ରକାଶ କରିଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ, ଗୌଡସୁଗୁଡ଼ା ଗ୍ରାମ ଓ ଆଖପାଖ ଅଞ୍ଚଳରେ ବେଆଇନ ଭାବେ ବହୁଳ ପରିମାଣର କୁଚିଆ ଦେଶୀମଦ କାରବାର ଚାଲିଥିବା ଅଞ୍ଚଳବାସୀ ଅନେକବାର ପୁଲିସ ଓ ଅବକାରୀ ବିଭାଗ ନିକଟରେ ଅଭିଯୋଗ କରିଛନ୍ତି। ବେଆଇନ ମଦ କାରବାର ରୋକିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି।