ଆମେରିକା-ତାଲିବାନ ଐତିହାସିକ ବୁଝାମଣା

ୱାଶିଂଟନ୍,ଏଜେନ୍ସି: ୧୪ ମାସ ମଧ୍ୟରେ ଆଫଗାନିସ୍ତାନରୁ ନିଜର ସୈନ୍ୟ ଅପସାରଣ କରିବ ଆମେରିକା। ଏ ନେଇ ଆମେରିକା ଓ ତାଲିବାନ ମଧ୍ୟରେ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ହୋଇଛି। ପଥମ ପର୍ଯ୍ୟାୟରେ ୧୩୫ ଦିନ ମଧ୍ୟରେ ଆମେରିକା ଓ ତାର ସହଯୋଗୀ ଦେଶ ୬ ହଜାର ୮ ଶହ ସୈନ୍ୟ ହଟାଇବ।

ତେବେ ସୈନ୍ୟ ଅପସାରଣ ତାଲିବାନର ଆଚରଣ ଉପରେ ନିର୍ଭର କରିବ। ଶାକ୍ତି ରକ୍ଷା ପାଇଁ ତାଲିବାନ ଦେଇଥିବା ପ୍ରତିଶୃତି ପୂରଣ ନ କଲେ ସୈନ୍ୟ ଅପସାରଣ ନେଇ ପୁର୍ନବିଚାର କରାଯିବ। ଚୁକ୍ତି ଅନୁସାରେ ଆମେରିକା ଦ୍ୱାରା ବନ୍ଦୀ କରିଥିବା ପ୍ରାୟ ୫ ହଜର ଲୋକଙ୍କୁ ମୁକ୍ତି କରାଯିବ ବୋଲି ତାଲିବାନର ଜଣେ ସଦସ୍ୟ ସୂଚନା ଦେଇଛନ୍ତି। ଦୋହାରେ ହୋଇଥିବା ଶାନ୍ତି ଚୁକ୍ତି ବେଳେ ୩୦ଟି ଦେଶ ଓ ଅନ୍ତର୍ଜାତୀୟ ସଂଗଠନର ବିଦେଶ ମନ୍ତ୍ରୀ ଓ ପ୍ରତିିନିଧି ସାକ୍ଷୀ ଭାବେ ରହିଥିଲେ। ୧୧ ସେପ୍ଟେମ୍ବର ୨୦୦୧ ମସିହାରୁ ୧୯ ବର୍ଷ ହେଲା ଆଫଗାନିସ୍ତାନରେ ଆମେରିକା ସେନା ମୁତୟନ ଅଛନ୍ତି।