ଲାଂଚ ନେଇ କିରାଣୀ ଗିରଫ

ଝାରସୁଗୁଡା,ଏନ୍ଏନ୍ଏସ୍ : ଝାରସୁଗୁଡ଼ା ଜିଲ୍ଳା ଡିଡବ୍ଲୁଓ ଅଫିସରେ କାର୍ଯ୍ୟରତ ଜଣେ କିରାଣୀ ୪ ହଜାର ଟଙ୍କା ଲାଂଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। କିରାଣୀ ଜଣକ ସନ୍ତୋଷ କୁମାର ନାଏକ ବୋଲି ଜଣା ପଡିଛି।
ସୂଚନା ଅନୁଯାୟୀ, ୨୦୦୮ ମସିହାରେ ସ୍କୁଲ ଶିକ୍ଷକ ସନାତନ ସତପଥୀ ଚାକିରୀ ରୁ ଅବସର ନେଲାପରେ ଏରିଅର ବିଲ ପାଇଁ ବାରମ୍ବାର ଡ୍ଡବ୍ଲୁଓ ଅଫିସରେ ଦରଖାସ୍ତ ଦେଇଥିଲେ। ହେଲ ଲାଂଚ ନ ଦେଲେ ବିଲ୍ ପାସ ହେବ ନାହିଁ ବୋଲି ତାଙ୍କୁ କିରାଣୀ କାହି ପାଂଚ ହଜାର ଟଙ୍କା ଲାଂଚ ମାଗିଥିଲେ। କିରାଣୀ ଲାଂଚ ମାଗୁଥିବା ବିଷୟରେ ସନାତନଙ୍କ ପୁଅ ସୂର୍ଯ୍ୟ ନାରାୟଣ ସତପଥୀ ଭିଜିଲାନ୍ସକୁ ଅବଗତ କରାଇଥିଲେ। ଏବଂ ଆଜି ସେ ଡିଡବ୍ଲୁଓ ଟ୍ରେଜେରୀ କିରାଣୀ ସନ୍ତୋଷ କୁମାର ନାଏକଙ୍କୁ ଚାରି ହଜାର ଟଙ୍କା ଦେଉଥିବା ସମୟରେ ଝାରସୁଗୁଡା ଭିଜିଲାନ୍ସ ଡିଏସପି ମାରିଆନସ ମିଂଜଙ୍କ ତତ୍ୱାଧାନରେ ଝାରସୁଗୁଡା ଓ ସୁନ୍ଦରଗଡ ଭିଜିଲାନ୍ସ ଦଳ ଚଢାଉ କରି ସନ୍ତୋଷକୁ ଗିରଫ କରିବା ସହ ଚାରି ହଜାର ଟଙ୍କା ଜବତ କରିଛି।