ସାବରମତି ଆଶ୍ରମରେ ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଟ୍ରମ୍ପ ପରିବାର

ଅହମଦାବାଦ,ଏଜେନ୍ସି: ଦୁଇ ଦିନଆ ଭାରତ ଗସ୍ତରେ ଆସିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସାବରମତି ଆଶ୍ରମ ଯାଇ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପତ୍ନୀ ମେଲାନିଆଙ୍କ ସାବରମତି ଆଶ୍ରମ ପରିଦର୍ଶନ କରି ଚରଖାରେ ସୂତା କାଟିଥିଲେ। ଆଶ୍ରମର ବିଭିନ୍ନ କୋଠରୀ ବୁଲି ଗାନ୍ଧିଜୀଙ୍କ ସ୍ମୃତି ସହିତ ଜଡିତ ବିଭିନ୍ନ ବିଭିନ୍ନ ସାମଗ୍ରୀ ଦେଖିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ବିଭିନ୍ନ କୋଠରୀ ବୁଲାଇ ଦେଖାଇଥିଲେ। ସେ କିଛି ସମୟ ଆଶ୍ରମ ବାରଣ୍ଡାରେ ବସିଥିଲେ। ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ଟ୍ରମ୍ପଙ୍କୁ ଅରଟ ସମ୍ପର୍କରେ ବୁଝାଇଥିଲେ। ସାବରମତି ଆଶ୍ରମ ଗସ୍ତ ପରେ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ଭାଗ ନେବେ ଦୁଇ ନେତା।


ଏପଟେ ଟ୍ରମ୍ପଙ୍କ ଗସ୍ତକୁ ନେଇ ସାରା ଦେଶରେ ଉତ୍ସାହ ମାହୋଲ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ କ୍ଷେତ୍ର ବାରାଣସିରେ ମଧ୍ୟ ଏହି ଗସ୍ତକୁ ନେଇ ଲୋକଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି। ଟ୍ରମ୍ପଙ୍କ ଗସ୍ତକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ସୋମବାର ଦିନ ଆମେରିକା ସୁରକ୍ଷା ସର୍ବିସର ଟିମ୍‌ ଅହମ୍ମଦାବାଦରେ ପହଞ୍ଚିଛି। ଏହି ଟିମ୍‌ ସହ ସ୍ନାଇଫର ଡଗ୍‌ ମଧ୍ୟ ଆସିଛନ୍ତି।
ଡୋନାଲ୍ଡ ଟ୍ରମ୍ପ ଭାରତର ତିନୋଟି ସହର ପରିଦରର୍ଶନ କରିବେ। ତାଙ୍କ ଗସ୍ତ ଅହମ୍ମଦାବାଦରୁ ଆରମ୍ଭ ହୋଇଛି। ସନ୍ଧ୍ୟାରେ ଆଗ୍ରା ଯିବେ, ସେଠାରେ ଟ୍ରମ୍ପ ଦମ୍ପତ୍ତି ତାଜମହଲ ବୁଲି ଦେଖିବେ। ଟ୍ରମ୍ପଙ୍କ ଖାଦ୍ୟପେୟରେ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।