ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶା ଅଭିମୁଖେ ଯାତ୍ରା କରୁଥିବା ସମ୍ପର୍କକ୍ରାନ୍ତି ଏକ୍ସପ୍ରେସ୍ ଶୁକ୍ରବାର ଦୁର୍ଘଟଣାଗସ୍ତ ହୋଇଛି। ଗସ୍ତ ମଧ୍ୟରେ ଦୁଇ ଥର ଏହି ଟ୍ରେନର ୧୫ ଟି ବଗି ମୁଖ୍ୟ ରେଳଇଞ୍ଜିନଠାରୁ ପୃଥକ ହେବାର ଦେଖାଯାଇଥିଲା। ଦିଲ୍ଲୀ ଆନନ୍ଦପୁରରୁ ଓଡ଼ିଶା ଅଭିମୁଖେ ଯାତ୍ରା ଆରମ୍ଭ କରିବା ପରେ ଖୁବ୍ କମ୍ ସମୟ ମଧ୍ୟରେ ଟ୍ରେନର ବଗି ମୁଖ୍ୟ ଟ୍ରେନଠାରୁ ଅଲଗା ଇଯାଇଥିଲା। ଟ୍ରେନର ପେଣ୍ଟ୍ରି କାର୍ ସମେତ ୧୫ଟି ବଗି ପ୍ରଥମ ଦୁର୍ଘଟଣାରେ ଗାଜିଆବାଦ ପହଞ୍ଚିବାର ୧୫ କିଲୋମିଟର ପୂର୍ବରୁ ଦ୍ୱିତୀୟ ଶ୍ରେଣୀ ବଗିଠାରୁ ପୃଥକ ହୋଇ ଯାଇଥିଲା। ପ୍ରାୟ ୧୫୦ ମିଟର ଗଡ଼ିବା ପରେ ମୁଖ୍ୟ ଟ୍ରେନ୍ ବଗିଠାରୁ ଅଲଗା ହୋଇଥିବା ଣାପଡ଼ିଥିଲା।
ଏହି ଦୁର୍ଘଟଣାରେ କୌଣସି କ୍ଷୟକ୍ଷତି ହୋଇ ନଥିବା ବେଳେ ଟ୍ରେନକୁ କର୍ମଚାରୀମନ୍ନ ଟ୍ରେନକୁ ପୁନଃସଂଯୋଗ କରି ଗାଜିଆବାଦକୁ ଆଣିଥିଲେ। ଏହାର କିଛି ସମୟ ପରେ କାନପୁର ପୂର୍ବ ତୁଣ୍ଡୁଲା ଷ୍ଟେସନରେ ପହଞ୍ଚିବାର କିଛି ସମୟ ପୂର୍ବରୁ ପୁଣି ୧୫ଟି ବଗି ମୁଖ୍ୟ ଟ୍ରେନଠାରୁ ଅଗଲା ହୋଇଯାଇଥିଲା। ଏହାପରେ ଟ୍ରେନକୁ ତୁଣ୍ଡୁଲା ଷ୍ଟେସନଠାରେ ରଖି ମରାମତି କରାଯିବା ପରେ ଟ୍ରେନ୍ ଦୀର୍ଘ ୫ ଘଣ୍ଟା ବିଳମ୍ବରେ ଯାତ୍ରା ଆରମ୍ଭ କରିଥିଲା। ମୁଖ୍ୟ ଟ୍ରେନଠାରୁ ବିଚ୍ୟୁତ ହୋଇଥିବା ରେଳଡ଼ବାରେ ପାଖାପାଖି ଏକ ହଜାର ଯାତ୍ରୀ ରହିଥିଲେ ଓ ଏହି ଦୁର୍ଘଟଣାରେ କୌଣସି କ୍ଷୟକ୍ଷତି ହୋଇନାହିଁ। ତେବେ ରେଳବିଭାଗ ଦୁର୍ଘଟଣାର ତଦନ୍ତ ହେବା ନେଇ ସୂଚନା ଦେଇଛି।