ବ୍ରହ୍ମପୁର,ଏନ୍ଏନ୍ଏସ୍ : ଗୋପାଳପୁର ମତ୍ସଜୀବୀଙ୍କ ଜାଲରେ ଆଜି ଏକ ସାର୍କ ମାଛ ପଡିଥିବା ନେଇ ବେଶ୍ ଚର୍ଚ୍ଚା ହୋଇଛି। ମାଛ ଜାଲରେ ୪ କୁଇଣ୍ଟାଲ୍ ଓଜନର ସାର୍କଟି ପଡିବା ପରେ ତାହାକୁ ଦେଖି ମତ୍ସଜୀବୀମ।।ନେ ଉଦ୍ଦାର କରିବା ସହ ତାହାକୁ ଅତି ଜାଗ୍ରତର ସହ ପୁଣି ଗଭୀର ସମୁଦ୍ରରେ ଛାଡି ଦେଇଛନ୍ତି। ସାର୍କ ମାଛର କୌଣସି କ୍ଷତି ହୋଇନଥିବା ଜଣାପଡିଛି।
ଘଟଣାରୁ ପ୍ରକାଶ ଯେ, ଗତ କିଛି ଦିନ ତଳେ ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା କିଛି ମତ୍ସଜୀବୀ ଆଜି ସକାଳେ ଗୋପାଳପୁରରୁ ଫେରିଥିଲେ। ଫେରିବା ସମୟରେ ମତ୍ସଜୀବୀମାନେ ବ୍ୟବହାର କରୁଥିବା ବଡ ମାଛ ଜାଲରେ ଏକ ବଡ ୬ ଫୁଟ ଓଜନର ସାର୍କ ମାଛ ପଡିଥିବା ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ।
ପରେ ତୁରନ୍ତ ତାହାକୁ କିପରି ବଂଚାଯିବ ଏବଂ ଜାଲରୁ ବାହାର କରାଯିବ ସେ ନେଇ ଚିନ୍ତା କରି ଅନ୍ୟ କିଛି ମତ୍ସଜୀବୀଙ୍କ ସହଯୋଗରେ ତାହାକୁ ପୁଣି ଜାଲ କଣ୍ଟାରୁ ବାହାର କରି ଜାଲରେ ଟାଣି ଟାଣି ନେଇ ଗଭୀର ସମୁଦ୍ର ମଧ୍ୟକୁ ନେଇଯାଇଥିଲେ। ଅତି ଜାଗ୍ରତରେ ୬ ଫୁଟ ଓଜନ ଏବଂ ୪ କୁଇଣ୍ଟାଲର ସାର୍କ ମାଛକୁ କୌଣସି କ୍ଷତି ନ ପଂହଚାଇ ବଂଚାଇ ଦେଇଥିଲେ। ତେବେ ଏତେ ବଡ ସାର୍କ ମାଛ କିପରି ପଡିଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ବେଳେ ମତ୍ସଜୀବୀମାନେ ନିଜ ସୀମା ନିର୍ଦ୍ଧାରଣ ଠାରୁ ଅଧିକ ଦୂର ଚାଲିଯାଇଥିବା ଯୋଗୁଁ ସମୟେ ସମୟେ ଏହିପରି ବଡ ବଡ ମାଛ ଗୁଡିକ ପଡିଯାଉଥିବା କୁହାଯାଇଛି। ସେ ଯାହା ହେଉ ନା କାହିଁକି ସାର୍କ ମାଛକୁ ଉପସ୍ଥିତ ବୁଦ୍ଧି ଖଟାଇ ମତ୍ସଜୀବୀମାନେ ଗଭୀର ସମୁଦ୍ରରେ ଛାଡିଥିବା ନିହାତି ଭାବେ ଧନ୍ୟବାଦ ପାତ୍ର ବୋଲି ସାଧାରଣରେ କୁହାଯାଇଛି।