ଭୁବନେଶ୍ୱର,ଏନ୍ଏନ୍ଏସ୍: କଟକ ଜିଲ୍ଲା ନେମାଳ ଥାନା ଅଞ୍ଚଳର ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀ ଦୁଷ୍କର୍ମ କରାଯାଇଥିବା ଘଟଣାର ତଦନ୍ତ ପାଇଁ ଓଡ଼ିଶା ମାନବାଧିକାର କମିଶନ (ଓଏଚଆରସି)ଙ୍କୁ ଦାୟିତ୍ୱ ଦେଇଛନ୍ତି ଜାତୀୟ ମାନବାଧିକାର କମିଶନ(ଏନଏଚଆରସି)। ଗତ ଜାନୁଆରୀ ୧୩ତାରିଖରେ ତପନ କୁମାର ପରିଡ଼ା ନାମକ ଯୁବକ ଜଣକ ନାବାଳିକାଙ୍କୁ ନିକଟସ୍ଥ ଶ୍ମଶାନକୁ ନେଇ ସେଠାରେ ଦୁଷ୍କର୍ମ କରିଥିଲେ। ଏନେଇ ନାବାଳିକା ଜଣକ ଘରେ ଜଣାଇବାରୁ ତାଙ୍କ ପରିବାର ଲୋକେ ନେମାଳ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗ ଆଧାରରେ ମାମଲା ରଜୁ କରିବା ସହ ନାବାଳିକାଙ୍କ ବୟାନ ରେକର୍ଡ କରିଥିଲା। ଅଭିଯୋଗ ପରେ ଅଭିଯୁକ୍ତ ତପନ ଫେରାର ହୋଇଯାଇଥିବା ନେଇ ନେମାଳ ପୁଲିସ ପକ୍ଷରୁ ସୂଚନା ଦିଆଯାଇଥିଲା। ତେବେ ରାଜନୈ÷ତିକ ଚାପର ବଶବର୍ତ୍ତୀ ହୋଇ ପୁଲିସ ଅଭିଯୁକ୍ତକୁ ଖସାଇବା ପାଇଁ ଉଦ୍ୟମ କରୁଛି ବୋଲି ପୀଡ଼ିତାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା। ଏନେଇ ଜାନୁଆରୀ ୧୫ରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା। ଗଣମାଧ୍ୟମ ଖବର ଆଧାରରେ ମାନବାଧିକାର ସାଗର କୁମାର ଜେନା ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ ଆଣିଥିଲେ। ଶ୍ରୀ ଜେନାଙ୍କ ଅଭିଯୋଗ ଆଧାରରେ କମିଶନ ମାମଲା ଏକ କରି ମାମଲାର ଉପଯୁକ୍ତ ତଦନ୍ତ ପାଇଁ ଓଡ଼ିଶା ମାନବାଧିକାର କମିଶନଙ୍କୁ ଦାୟିତ୍ୱ ଦେଇଛନ୍ତି।