ଭୁବନେଶ୍ୱର : ମାଟ୍ରିକ ପଶ୍ନପତ୍ର ଭାଇରାଲ ନେଇ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ତରଫରୁ ସ୍ପଷ୍ଟୀକରଣ ଦିଆଯାଇଛି । ବୋର୍ଡ ତରଫରୁ କୁହାଯାଇଛି କି ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ ହୋଇନାହିଁ । ଭାଇରାଲ ନେଇ ଯେଉଁ ଅଭିଯୋଗ ହୋଇଛି, ତା ସହ ଆମ ପ୍ରଶ୍ନପତ୍ରର କୌଣସି ତାଳମେଳ ରହୁନାହିଁ। ବୋର୍ଡର ସଭାପତି ରାମାଶିଷ ହାଜରା ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି ,ବୋର୍ଡକୁ ବଦନାମ କରିବା ପାଇଁ କେହି ଜଣେ ବ୍ୟକ୍ତି ପ୍ରଶ୍ନପତ୍ର ପ୍ରସ୍ତୁତ କରି ଭାଇରାଲ କରିଛି ବୋଲି ।