ଆମ୍ବୁଲାନ୍ସ ପିଟିଲା ଆମ୍ବୁଲାନ୍ସକୁ, ୪ ଆହତ

ଭଦ୍ରକ,ଏନ୍ଏନ୍ଏସ୍: ଆଜି ରାଜ୍ୟରେ ମୁହଁ ଦେଖା ନଯିବା ଭଳି କୁହୁଡ଼ି ହୋଇଥିଲା। ଏହି ପରିପ୍ରେକ୍ଷୀରେ ଏକ ଆମ୍ବୁଲାନ୍ସ ରୋଗୀଙ୍କୁ ଅନ୍ୟଏକ ଆମ୍ବୁଲାନ୍ସକୁ ଧକ୍କା ଦେଇଥିଲା। ଫଳରେ ଏଥିରେ ଥିବା ୨ ରୋଗୀଙ୍କ ସହ ୨ଜଣ ଆହତ ହୋଇଛନ୍ତି। ଭଦ୍ରକ ଜିଲ୍ଲା ୧୬ ନଂ ରାଜପଥର ଡାହାଣିଗଢିଆ ନିକଟରେ ଦୁର୍ଘଟଣା ଘଟିଛି।

ସୂଚନା ଅନୁଯାୟୀ ଆମ୍ବୁଲାନ୍ସ ୨ଟି କୋଲକତାର ଦେବଡା ଅଞ୍ଚଳରୁ କଟକ ଅଭିମୁଖେ ଯାଉଥିଲେ । ଏକ ଟ୍ରଲର ସାଇଟ ମାରିବାରୁ ଆମ୍ବୁଲାନ୍ସକୁ ପଛରୁ ପିଟିଦେଇଥିଲା ଆମ୍ବୁଲାନ୍ସ । ଏଥିରେ ଥିବା ୨ଜଣ ପାରାଲିସିସ୍ ରୋଗୀଙ୍କ ସହ ୨ଜଣ ଆହତ ହୋଇଛନ୍ତି । ଭଦ୍ରକ ଟାଉନ ପୋଲିସ ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି ।