୮ ଲକ୍ଷ ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ: ୩ ଗିରଫ

ଖୋର୍ଦ୍ଧା,ଏନ୍ଏନ୍ଏସ୍: ଖୋର୍ଦ୍ଧା ମକୁନ୍ଦପ୍ରସାଦ ଅଂଚଳରେ କଟକ ଅବକାରୀ ଗୁଇନ୍ଦା ବିଭାଗ ଚଢ଼ଉ କରି ଏକ କ୍ୱିଣ୍ଟାଲ ୬୦ କେଜି ଗଞ୍ଜେଇ ଜବତ କରିବା ସହ ଏହି ଘଟଣାରେ ତିନି ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତିମାନେ ହେଲେ ଖୋର୍ଦ୍ଧା ଟାଉନ ଥାନା ଅଂଚଳର ଚନ୍ଦ୍ରକାନ୍ତ ଧୀର, ଫୁଲବାଣୀ ଜିଲା କେ ନୂଆଗାଁ ଥାନା ଅଂଚଳର ଯୁଧିଷ୍ଠିର ବିନ୍ଧାଣି ଏବଂ ନାରାୟଣ ବେହେରା । ଏମାନେ ଫୁଲବାଣୀ ଅଂଚଳରୁ ଗଞ୍ଜେଇ ଆଣି ଖୋର୍ଦ୍ଧା ମକୁନ୍ଦପ୍ରସାଦ ଅଂଚଳରେ ଏକ ଘରେ ରଖି ଭୁବନେଶ୍ୱର, କଟକ, ପୁରୀ ଆଦି ଅଞ୍ଚଳକୁ ଚାଲାଣ କରୁଥିଲେ ବୋଲି ସୂଚନା ମିଳିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୮ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି ।