୧୦୦ଫୁଟ୍ ଖାଲରେ ପସିଗଲା ବସ୍ ଚକା ଆଉ ତା’ପରେ

ଦାରିଙ୍ଗବାଡ଼ି,ଏନ୍ଏନ୍ଏସ୍ : ଗାଜଲବାଡ଼ି ଘାଟି ୯ନମ୍ବର ବୁଲାଣିରେ ବଡ଼ ଦୁର୍ଘଟଣାରୁ ବର୍ତଲେ ୪୫ଯାତ୍ରୀ।

ସୂଚନା ଅନୁଯାୟୀ, ରଙ୍ଗିଲା ନାମକ ଏକ ବସ ୪୫ ଜଣ ପର୍ଯ୍ୟଟକଙ୍କୁ ନେଇ ପୁରୀରୁ ଦାରିଙ୍ଗବାଡ଼ି ଆସିଥିଲା। ଦାରିଙ୍ଗବାଡିରୁ ପୁରୀ ଯାଉଥିବା ସମୟରେ ଗାଜଲ ବାଡ଼ି ଘାଟିର ୯ନମ୍ବର ବୁଲାଣିରେ ଭାରସାମ୍ୟ ହରାଇ ପ୍ରାୟ ୧୦୦ଫୁଟ ଖାଲ ଉପରେ ବସର ଏକ ଚକା ଖସି ଯାଇଥିବା ବେଳେ ପର୍ଯ୍ୟଟକମାନେ ଭୟଭୀତ ହୋଇ ଯାଇଥିବା ବେଳେ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ସେମାନେ ବର୍ତି ଯାଇଛନ୍ତି । ଘଟଣା ସମ୍ପର୍କରେ ଖବର ପାଇ ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ଓ ସୋରଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବସକୁ ଉଦ୍ଧାର କରିଥିବା ସୂଚନା ମିଳିଛି। ତେବେ ଏହି ଘଟଣାରେ ପର୍ଯ୍ୟଟକଙ୍କ କୌଣସି କ୍ଷତି ଘଟି ନଥିବା ଜଣାପଡିଛି ।