ନୂଆଦିଲ୍ଲୀ,ଏଜେନ୍ସି: ନିର୍ଭୟା ଗଣବଳାତ୍କାର ମାମଲାର ୪ ଦୋଷୀଙ୍କୁ ଦିଲ୍ଲୀ ହାଇକୋର୍ଟ ପକ୍ଷରୁ ସପ୍ତାହେ ସମୟ ଦେଇଛନ୍ତି। ଦୋଷୀମାନଙ୍କୁ ପୃଥକ ଭାବେ ଫାଶୀ ଦିଆଯାଇ ପାରିବ ନାହିଁ ବୋଲି ହାଇକୋର୍ଟ କହୁଥିବା ବେଳେ ୭ ଦିନ ମଧ୍ୟରେ ଦୋଷୀମାନେ ସେମାନଙ୍କ ପାଇଁ ରହିଥିବା ଆଇନଗତ ବିକଳ୍ପକୁ ଉପଯୋଗ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଅନୁସାରେ ଦୋଷୀମାନେ ଫାଶୀରୁ ବର୍ତ୍ତିବା ପାଇଁ ଆଇନର ଗଳାବାଟ ଖୋଜୁଥିବା ବେଳେ ସେମାନଙ୍କୁ ଫାଶୀ ଦିଆଯାଇ ପାରୁ ନାହିଁ। ୨ଥର ଫାଶୀ ତାରିଖ ଘୁଞ୍ଚାଯାଇ ସାରିଲାଣି। ତେଣୁ ଦୋଷୀମାନଙ୍କୁ ପୃଥକ ପୃଥକ ଭାବେ ଫାଶୀ ଦେବାକୁ ଅନୁମତି ପ୍ରଦାନ କରିବା ଲାଗି କେନ୍ଦ୍ର ସରକାର ଏବଂ ତିହାର ଜେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୋର୍ଟରେ ଆବେଦନ କରାଯାଇଥିଲା। କୋର୍ଟ ଏହାକୁ ଖାରଜ କରି ଉପରୋକ୍ତ ରାୟ ଦେଇଛନ୍ତି।