ବେଜିଂ: ଚୀନରେ ‘କରୋନା’ ଭୂତାଣୁ ଯୋଗୁ ମଙ୍ଗଳବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୪୨୫ରେ ପହଞ୍ଚିଛି । ସୋମବାର ସୁଦ୍ଧା ୩୬୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଗତ ୨୪ ଘଣ୍ଟାରେ ଆଉ ୬୨ ଜଣ ଏହି ଭୂତାଣୁ କବଳରେ ଆସି ପ୍ରାଣ ହରାଇଛନ୍ତି । ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାର ୪୦୦ରେ ପହଞ୍ଚିଛି।
ଗୋଟିଏ ପଟେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଥିବାବେଳେ ଏଥିରୁ ବର୍ତ୍ତିବା ଲାଗି ଆବଶ୍ୟକ ଥିବା ସର୍ଜିକାଲ ମାସ୍କ ଏବଂ ଆବଶ୍ୟକୀୟ ଚିକିତ୍ସା ଉପକରଣ ମିଳୁନାହିଁ । ଫଳରେ ସରକାର ଚିନ୍ତାରେ ପଡ଼ିଛନ୍ତି । ଆକ୍ରାନ୍ତମାନଙ୍କୁ ତତ୍କାଳ ଚିକିତ୍ସା ଦେବା ସରକାରଙ୍କ ପକ୍ଷେ କଷ୍ଟକର ହୋଇପଡ଼ିଛି । ୨ ସପ୍ତାହ ମଧ୍ୟରେ ସରକାର ୨ଟି ଅସ୍ଥାୟୀ ହସ୍ପିଟାଲ ନିର୍ମାଣ କରିଥିଲେ ହେଁ ସମସ୍ତ ରୋଗୀଙ୍କୁ ଚିକିତ୍ସା ଯୋଗାଇଦେବା ସମ୍ଭବ ହେଉନାହିଁ ।