ସାହାରପଡା,ଏନ୍ଏନ୍ଏସ୍ : କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ତୋଣ୍ଡ ଗ୍ରାମରେ ଦେଶୀ ଓ ବିଦେଶୀ ମଦ କାରବାର ଵୃଦ୍ଧିକୁ ବନ୍ଦ ଦାବିରେ ଆଜି ଗ୍ରାମର ଶତାଧିକ ମହିଳା ସାହାରପଡା ଫାଣ୍ଡି ଘେରାଉ କରିଥିଲେ। ଆଗରୁ ବାରମ୍ବାର ଏ ଅଞ୍ଚଳରେ ମଦ କାରବାର ଅଭିଯୋଗ ହେଉଥିଲେ ହେଁ ପୋଲିସ କୌଣସି ପଦକ୍ଷେପ ନେଇ ନଥିବାରୁ ଆଜି ଫାଣ୍ଡି ଘେରାଉ କରିଥିଲେ ଗ୍ରାମର ମହିଳାମାନେ। ଖୁବ ଶିଘ୍ର ମଦବିକ୍ରି ବନ୍ଦ ଏବଂ ବେଆଇନ ମଦ ବିକ୍ରି କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ୟ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ। ଏ ସମ୍ପର୍କରେ ଫାଣ୍ଡି ଅଧିକାରୀ ମନୋହର ମହାନ୍ତ ଓ ଥାନା ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।