ବ୍ୟାଙ୍କ ବନ୍ଦ ଲୋକେ ହନ୍ତସନ୍ତ

ଝାରସୁଗୁଡା,ଏନ୍ଏନ୍ଏସ୍ : ସର୍ବ ଭାରତୀୟ ବ୍ୟାଙ୍କ କର୍ମଚାରୀଙ୍କ ୨ ଦିନିଆ ଆନ୍ଦୋଳନରେ ଝାରସୁଗୁଡା ଜିଲ୍ଲା ବ୍ୟାଙ୍କ ଏସୋସିଏସନର କର୍ମକର୍ତାମାନେ ମଧ୍ୟ ସାମିଲ ହୋଇଛନ୍ତି । ଫଳରେ ଜିଲ୍ଲାର ସମସ୍ତ ବ୍ୟାଙ୍କ ଶୁକ୍ରବାର ବନ୍ଦ ରହିଛି । ଜିଲ୍ଲାରେ ବ୍ୟାଙ୍କଗୁଡିକ ବନ୍ଦ ଥିବାରୁ ଟଙ୍କା ଜମା, ଉଠାଣ, ଚେକ ଡିପୋଜିଟ, ଲୋନ କାରବାର ଆଦି ପ୍ରଭାବିତ ହୋଇଛି । ଏହା ଫଳରେ ଦୈନନ୍ଦିନ ବ୍ୟାଙ୍କ ଉପରେ ନିର୍ଭର କରୁଥିବା ଜିଲ୍ଲାବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନ୍ୟପଟେ ବେତନ ସଂଶୋଧନ ତଥା ୧୨ ଦଫା ଦାବିରେ ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କର ୨ ଦୁନିଆ ଧର୍ମଘଟକୁ ସମ୍ମପୂର୍ଣ ଭାବରେ ସମର୍ଥନ କରାଯିବ ବୋଲି ଝାରସୁଗୁଡା ବ୍ୟାଙ୍କ ଏସୋସିଏସନ ପକ୍ଷରୁ କୁହାଯାଇଛି । ବ୍ୟାଙ୍କ କର୍ମଚାରୀମାନେ କହିଛନ୍ତି ବେତନ ସଂଶୋଧନ କରି ସମାନ କାର୍ଯ୍ୟପାଇଁ ସମାନ ବେତନ ଲାଗୁ କରାଯାଉ, ବେତନରେ ୨୦ ପ୍ରତିଶତ ବୃଦ୍ଧି, ସପ୍ତାହକୁ ୫ ଦିନ କାର୍ଯ୍ୟ, ସ୍ୱତନ୍ତ୍ର ଏଲାଓନ୍ସକୁ ବେସିକ ପେ ସହ ମର୍ଜ କରାଯାଉ ଆଦି ୧୨ ଦଫା ଦାବିକୁ ପୁରଣ କରାଯାଉ ବୋଲି ବ୍ୟାଙ୍କ କର୍ମଚାରୀମାନେ କହିଛନ୍ତି ।