ୟୁପିରେ ୨୦ ଶିଶୁ ବନ୍ଧକ

ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶ ଫାରୁଖାବାଦ ଜିଲ୍ଲାରେ ଜଣେ ହତ୍ୟାକରୀ ୨୦-୨୫ ଶିଶୁଙ୍କୁ ବନ୍ଧକ ରଖିଛି। ଘର ଭିତରେ ରହି ଦୁର୍ବୃତ୍ତ ଜଣଙ୍କ ଗୁଳି ସାଙ୍ଗକୁ ବୋମା ଫୁଟାଉଥିବା ସୂଚନା ରହିଛି। ଦୁର୍ବୃତ୍ତଙ୍କ ଗୁଳିରେ ଜଣେ ଗ୍ରାମବାସୀ ଆହତ ହୋଇଥିବା ସୂଚନା ରହିଛି। ଏହାବାଦ ଶିଶୁଙ୍କୁ ମୁକୁଳାଇବାକୁ ଯାଇ ଦୁଇ ପୁଲିସ ମଧ୍ୟ ଦୁର୍ବୃତ୍ତଙ୍କ ଗୁଳି ମାଡ଼ର ଶିକାର ହୋଇ ଆହତ ହୋଇଛନ୍ତି।

ଜଣାଯାଇଛି ଯେ, ଏକ ଜନ୍ମଦିନ ପାର୍ଟିରେ ୨୦-୨୫ ଜଣ ଶିଶୁ ସମେତ ମହିଳା ସେଠାରେ ଥିଲେ। ପରେ ଦୁର୍ବୃତ୍ତ ଜଣଙ୍କ ସେଠାକୁ ପ୍ରବେଶ କରି ବନ୍ଧୁକ ମୁନରେ ଅଟକ ରଖିଛି। ଜଣେ ହତ୍ୟା ଅଭିଯୁକ୍ତ ଜାମିନରେ ଆସି ଏପରି ନାରକୀୟ ଘଟଣା ଘଟାଇଥିବା ଜଣାଯାଇଛି। ୫ ଘଣ୍ଟା ବିତିଯାଇତିଲେ ବି ପୁଲିସର ଅପରେସନ ଫେଲ ମାରିଛି। ଘଟଣାସ୍ଥଳରେ ୩୦ କମାଣ୍ଡୋ, ଏଟିଏସ୍ ଯାଇଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାକୁ ଗୁରୁତର ସହ ନେଇଛନ୍ତି।