ନୂଆଦିଲ୍ଲୀ,ଏନ୍ଏନ୍ଏସ୍: ବହୁଚର୍ଚ୍ଚିତ ନିର୍ଭୟା ମାମଲାରେ ଦୋଷୀ ବିନୟ ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିଛି। ଏନେଇ ଦୋଷୀଙ୍କ ଓକିଲ ଏ.ପି. ସିଂହ ସୂଚନା ଦେଇଛନ୍ତି। ଅପରପକ୍ଷେ ଅନ୍ୟ ଦୋଷୀ ଅକ୍ଷୟ କରିଥିବା କ୍ୟୁରେଟିଭ୍ ପିଟିସନ୍ ଉପରେ ଆସନ୍ତାକାଲି(ଗୁରୁବାର) ଶୁଣାଣି ହେବ। ସୁପ୍ରିମକୋର୍ଟର ୫ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରିବେ।