ପାଟଣାଗଡ଼,ଏନ୍ଏନ୍ଏସ୍ : ପୁଞ୍ଜିଲାଲର ଅନ୍ତରୀଣ ୪ ଦିନିଆ ଜାମିନ ଆଜି ଶେଷ ହୋଇଥିବାରୁ ପାଟଣାଗଡ଼ ଏଡିଜେ ଓ ଏସଡ଼ିଜେଏମ୍ କୋର୍ଟରେ ହାଜର ହେଲେ । ପାଟଣାଗଡ଼ର ବହୁ ଚର୍ଚ୍ଚିତ ପ।ର୍ସଲ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ସର୍ତ୍ତ ମୂଳକ ଜାମିନରେ ୨୪ ରୁ ୨୮ ତାରିଖ ପର୍ଯ୍ୟନ୍ତ ଆସି ମା’ଙ୍କ ଶୁଦ୍ଧକ୍ରିୟା ସାରି ଆଜି ପୁଣି ପାଟଣାଗଡ଼ ଏଡିଜେ ଓ ଏସଡ଼ିଜେଏମ୍ କୋର୍ଟରେ ହାଜର କରାଯାଇଥିଲା । ପରେ ପୁଞ୍ଜିଲାଲକୁ ବଲାଙ୍ଗିର ଜେଲକୁ ସ୍ଥାନାନ୍ତରିତ ହେବେ ବୋଲି ଜଣା ଯାଇଛି।