ଏକାମ୍ର ଯୋଜନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ୍ ଘୋଷଣା ମହାନଗରରାଜ୍ୟ By Nitidin Last updated Jan 27, 2020 Share ଅଧିଗୃହିତ ସମସ୍ତ ଜମି ଲିଙ୍ଗରାଜଙ୍କ ନାମରେ ରେକର୍ଡ କରାଯିବ ଜମିଦାନ କରୁଥିବା ବ୍ୟକ୍ତିଙ୍କ ନାମ ପ୍ରକଳ୍ପ ଅଞ୍ଚଳ ଫଳକରେ ରହିବ ଜମି ବଦଳରେ ମିଳିପାରିବ ଜମି ଭୁବନେଶ୍ୱର,ଏନ୍ଏନ୍ଏସ୍: ଏକାମ୍ର ଯୋଜନାରେ ବିସ୍ଥାପିତଙ୍କ ପାଇଁ ଥଇଥାନ ଓ ସହାୟତା ପ୍ୟାକେଜ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏହି ଯୋଜନା ପାଇଁ ସ୍ଥାନାନ୍ତର ଆବଶ୍ୟକତା ଥିବା ବାସଗୃହ, ମଠ, ଦୋକାନ ଘର ପାଇଁ ଆର୍ଥିକ ସହାୟତା ଘୋଷଣା କରାଯାଇଛି। ଅଧଗୃହିତ ସମସ୍ତ ଜମି ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ନାମରେ ରେକର୍ଡ କରାଯିବ। ଜମି ଦାନ କରିଥିବା ସମସ୍ତ ବ୍ୟକ୍ତିଙ୍କ ନାମ ପ୍ରକଳ୍ପ ଅଞ୍ଚଳରେ ଫଳରେ ରଖାଯିବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଘୋଷଣା ହୋଇଥିବା ପ୍ୟାକେଜ୍ ଅନୁଯାୟୀ, ଏକାଦଶ ଶତାବ୍ଦୀର ଅନନ୍ୟ କୀର୍ତ୍ତି ଶ୍ରୀ ଲିଙ୍ଗରାଜ ମନ୍ଦିରର ପାରିପାଶ୍ୱର୍ିକ ଅଞ୍ଚଳର ଉନ୍ନତି, ସୌନ୍ଦର୍ଯ୍ୟକରଣ ଓ ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗର ବିକାଶ ନିମନ୍ତେ ମନ୍ଦିର ଚାରିପାଖେ ଥିବା ଅଞ୍ଚଳର ବିକାଶ ନିମନ୍ତେ ଏକାମ୍ର ଯୋଜନା କାର୍ଯ୍ୟକାରୀ କରାଯାଉଛି। ଶ୍ରୀଲିଙ୍ଗରାଜ ମନ୍ଦିର, ବିନ୍ଦୁସାଗର ଅଞ୍ଚଳର ୬୫ ଏକର ପରିମିତ ଅଞ୍ଚଳରେ ଏହି ସୁବିଧା ସୁଯୋଗର ବିକାଶ କରାଯିବ। କ୍ଷତିଗ୍ରସ୍ତଙ୍କୁ ବ୍ୟବସ୍ଥା ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରାଯିବ। ସ୍ଥିତିବାନ୍ ସତ୍ତ୍ୱରେ ନିର୍ମିତ ବାସଗୃହଗୁଡ଼ିକୁ ଓଡ଼ିଶା ସରକାରଙ୍କ ଅନୁମୋଦିତ ବ୍ୟବସ୍ଥା ଅନୁଯାୟୀ ସିଧାସଳଖ କ୍ରୟ କରାଯାଇ ଅଧିଗ୍ରହଣ କରାଯିବ। ଏଥିଲାଗି ନିୟମଅନୁଯାୟୀ କ୍ଷତିୂପରଣ ଦିଆଯିବ। ଅଧିଗୃହିତ ହେବାକୁ ଥିବା ଜମିର ବଜାର ଦର ତତ୍ତୁଲ୍ୟ କ୍ଷତିପୂରଣ ଦିଆଯିବ। ଏହା ପରିବର୍ତ୍ତେ କୌଣସି ବ୍ୟକ୍ତି ଯଦି ଜମି ବଦଳରେ ଜମି ନେବାକୁ ଚାହିଁବେ ତେବେ ସେମାନଙ୍କୁ ଅନ୍ୟତ୍ର ଜମି ପ୍ରଦାନ କରାଯିବ। ଯଦି ଅନ୍ୟତ୍ର ଦିଆଯିବାକୁ ଥିବା ବିକଳ୍ପ ଜମିର ମୂଲ୍ୟ ଅଧିଗୃହିତ ଜମିର ମୂଲ୍ୟଠାରୁ କମ୍ ହୁଏ, ତେବେ ନିୟମଅନୁଯାୟୀ ଅବଶିଷ୍ଟ ପ୍ରାପ୍ୟ ଆର୍ଥିକ ସହାୟତା ଭାବେ ଦିଆଯିବ। ବିସ୍ଥାପିତ ହେବାକୁ ଥିବା ପରିବାରଗୁଡ଼ିକୁ ପରିବହନ ଓ ତୁରନ୍ତ ବ୍ୟବସ୍ଥା ନିମନ୍ତେ ପ୍ରତି ପରିବାରକୁ ୧ ଲକ୍ଷ ଟଙ୍କା ସହାୟତା ଦିଆଯିବ। ଜମି ଅଧିଗ୍ରହଣ ହେବା ଦିନଠାରୁ ୧୨ ମାସ ପର୍ଯ୍ୟନ୍ତ ପ୍ରତି ପରିବାରକୁ ୧୫ ହଜାର ଟଙ୍କା ଲେଖାଏଁ ମାସିକ ସହାୟତା ଯୋଗାଇ ଦିଆଯିବ। ବାସଗୃହ ହରାଉଥିବା ପ୍ରତି ଘର ମାଲିକଙ୍କୁ ଏକକାଳୀନ ୨ଠଲକ୍ଷ ଟଙ୍କା ଥଇଥାନ ଭତ୍ତା ଭାବେ ଯୋଗାଇ ଦିଆଯିବ। ସ୍ଥିତିବାନ୍ ସତ୍ତ୍ୱରେ ନିର୍ମିତ ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକୁ ଓଡ଼ିଶା ସରକାରଙ୍କ ଅନୁମୋଦିତ ବ୍ୟବସ୍ଥା ଅନୁଯାୟୀ ସୁଧାସଳଖ କ୍ରୟ କରାଯାଇ ଅଧିଗ୍ରହଣ କରାଯିବ। ବ୍ୟବସ୍ଥା ଅନୁଯାୟୀ କ୍ଷତିପୂରଣ ଦିଆଯିବ। ଦୋକାନ ଘର ମାଲିକଙ୍କୁ ସେମାନଙ୍କ ପରିବହନ ଖର୍ଚ୍ଚ ଏବଂ ତୁରନ୍ତ ବ୍ୟବସ୍ଥା କରିବା ନିମନ୍ତେ ୧ ଲକ୍ଷ ଟଙ୍କା ଏକକାଳୀନ ସହାୟତା ଦିଆଯିବ। ୨ଠଠ ବର୍ଗ ମିଟର କିମ୍ବା ତା’ଠୁ କମ୍ ଅଞ୍ଚଳରେ ନିର୍ମିତ ଦୋକାନ ପାଇଁ ଜମି ଅଧିଗ୍ରହଣ ହେବା ଦିନଠାରୁ ଦୋକାନ ଘର ମିଳିବା ପର୍ଯ୍ୟନ୍ତ ମାସିକ ୧୫ ହଜାର ଟଙ୍କା ଘରଭଡ଼ା ସହାୟତା ଏବଂ ୨ଠଠ ବର୍ଗମିଟର ବା ତଦୁଦ୍ଧ୍ୱର୍ ଏରିଆରେ ନିର୍ମିତ ଦୋକାନ ପାଇଁ ମାସିକ ୨ଠ ହଜାର ଟଙ୍କା ଘରଭଡ଼ା ସହାୟତା ଭାବେ ଯୋଗାଇ ଦିଆଯିବ। ସେହିପରି ଥଇଥାନ ଯୋଜନା ଅନୁଯାୟୀ ପ୍ରଥମ ବିକଳ୍ପ ଭାବେ ସୁଲଭତା ଭିତ୍ତିରେ ବଜାର ଦରର ୫ଠ ପ୍ରତିଶତ ମୂଲ୍ୟରେ ଦୋକାନ ଘର ଯୋଗାଇ ଦିଆଯିବ। ଦୋକାନ ଘରର ଅବଶିଷ୍ଟ ୫ଠ ପ୍ରତିଶତ ମୂଲ୍ୟ ରାଜ୍ୟ ସରକାର ରିହାତି ଭାବେ ବହନ କରିବେ। ଦ୍ୱିତୀୟ ବିକଳ୍ପ ଭାବେ ଦୋକାନ ହରାଉଥିବା ବ୍ୟକ୍ତି ନିର୍ମିତ ହେବାକୁ ଥିବା ମାର୍କେଟ୍ କମ୍ପେ୍ଲକ୍ସରେ ନୂଆ ଦେକାନ ଘର ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ ଏବଂ ସେମାନେ ଏହାକୁ ବଜାର ଦରର ୫ଠ ପ୍ରତିଶତ ମୂଲ୍ୟରେ କ୍ରୟ କରିପାରିବେ। ତୃତୀୟ ବିକଳ୍ପ ଭାବେ ଦୋକାନ ମାଲିକମାନେ ଚାହିଁଲେ ଏକକାଳୀନ ୨ଠ ଲକ୍ଷ ଟଙ୍କା ସହାୟତା ଭାବେ ନେଇପାରିବେ। ଅନ୍ୟପକ୍ଷରେ ପ୍ରକଳ୍ପ ଅଞ୍ଚଳରେ ଥିବା ସମସ୍ତ ତାଲିକାଭୁକ୍ତ ଉଠାଦୋକାନୀଙ୍କୁ ୩ଠ ହଜାର ଟଙ୍କା ଏକକାଳୀନ ସହାୟତା ଭାବେ ଯୋଗାଇ ଦିଆଯିବ। ଦୁଇଟି କିସ୍ତିରେ ସେମାନେ ଏହି ସହାୟତା ପାଇପାରିବେ। ସେହିପରି ଆବଶ୍ୟକ ଅନୁଯାୟୀ ଭେଣ୍ଡିଂ ପ୍ଲାନ୍ କରାଯାଇ ଉଠାଦୋକାନୀଙ୍କୁ ବ୍ୟବସାୟ ପାଇଁ ଆବଶ୍ୟକ ସ୍ଥାନ ଆବଣ୍ଟନ କରାଯିବ। ଏକାମ୍ର ଯୋଜନା ପାଇଁ ସ୍ଥାନାନ୍ତରିତ ହେବାକୁ ଥିବା ସରକାରୀ କାର୍ଯ୍ୟାଳୟ ଓ ପ୍ରତିଷ୍ଠାନଗୁଡ଼ିକ ନିମନ୍ତେ ସହାୟତା ବିଏମ୍ସି କମିଶନରଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ସ୍ଥିର କରିବ। ସେହିପରି ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ହିତାଧିକାରୀଙ୍କ ସହିତ ଆଲୋଚନା କରି ବିସ୍ଥାପିତ ହେବାକୁ ଥିବା ମଠଗୁଡ଼ିକୁ ଜମି ଆବଣ୍ଟନ, ସଂରକ୍ଷଣ ଆଦି କାର୍ଯ୍ୟ ସମ୍ପର୍କରେ ବିଏମ୍ସି ସ୍ଥିର କରିବ। ପ୍ରତି ମଠର ପୁନର୍ବିନ୍ୟାସ ସମୟରେ ଏହାର ପୂର୍ବ ଢ଼ାଞ୍ଚାକୁ ଗୁରୁତ୍ୱ ଦିଆଯିବ। ଏହି ଥଇଥାନ ଓ ପୁନର୍ବାସ ନୀତି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସହ ଆଲୋଚନାକ୍ରମେ ବିଏମସି କମିଶନର କାର୍ଯ୍ୟକାରୀ କରିବେ। ଯେହେତୁ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ପାରସ୍ପରିକ ଆଲୋଚନାଭିତ୍ତିରେ ସମ୍ପନ୍ନ କରାଯିବ, ବିଏମସି କମିଶନର ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସହ ଆଲୋଚନା କରି ସହାୟତା ରାଶିରେ ହ୍ରାସ ବା ପରିବର୍ତ୍ତନ କରିପାରିବେ। ଏଥିପାଇଁ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନରଙ୍କ ଅନୁମୋଦନ ଆବଶ୍ୟକ ହେବ। ଏହି ଯୋଜନା ନିମନ୍ତେ ପାଣ୍ଠି ବିଏମସି ତତ୍ତ୍ୱାବଧାନରେ ରହିବ। ଯେହେତୁ ୬ ମାସ ମଧ୍ୟରେ ପ୍ରକଳ୍ପ ଶେଷ କରିବା ଲକ୍ଷ୍ୟ ଧାର୍ଯ୍ୟ ହୋଇଛି, ତେଣୁ ଜମି ଅଧିଗ୍ରହଣ ଅଧିସୂଚନା ପ୍ରକାଶିତ ହେବାର ୩ଠ ଦିନ ମଧ୍ୟରେ ଯଦି କ୍ଷତିଗ୍ରସ୍ତ ବ୍ୟକ୍ତି ସ୍ୱଇଚ୍ଛାରେ ତାଙ୍କର ଜମି ପ୍ରଦାନ ନକରନ୍ତି, ତେବେ ତାଙ୍କୁ ଅତିରିକ୍ତ ୧ଠ ପ୍ରତିଶତ ଅର୍ଥ ପ୍ରୋତ୍ସାହନ ଭାବେ ପ୍ରଦାନ କରାଯିବ। Share