ସିନେ୍ଧକେଲା : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ବଙ୍ଗୋମୁଣ୍ଡା ବ୍ଲକ ସିନେ୍ଧକେଲା ଥାନା ଅନ୍ତର୍ଗତ ଅର୍ଶାତୁଲା ପଞ୍ଚାୟତର କୁର୍ଡ଼ିଆମୁଣ୍ଡା ଗାଁ ସ୍କୁଲର ଶିକ୍ଷକ ଜଣେ ନବମ ଶ୍ରେଣୀ ଛାତ୍ରୀକୁ ଫେରାର ହୋଇଯାଇଥିଲେ। ଏବେ ସମ୍ପୃକ୍ତ ଶିକ୍ଷକଙ୍କ ବଦଳି ହୋଇଥିବା ଗ୍ରାମବାସୀ ଜାଣିପାରି ଉକ୍ତ ସ୍କୁଲରେ ତାଲା ପକାଇଛନ୍ତି। ଏଥିସହ ସମ୍ପୃକ୍ତ ଶିକ୍ଷକଙ୍କୁ ଗିରଫ କରାଯାଉ ବୋଲି ଅଭିଭାବକମାନେ ଅଡ଼ି ବସିଥିଲେ।
ସୂଚନା ଅନୁଯାୟୀ, ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀ ପାଠ ପଢ଼ୁଥିବା ଧବଲେଶ୍ୱର ନାଗ (୪୦)ଙ୍କ ଝିଅ ଛଦ୍ମ ନାମ ଲିଜା ନାଗ ଗତ ଅକ୍ଟୋବର ମାସ ଦଶହରାରେ କୁଆଡ଼େ ଫେରାର ହୋଇଯାଇଥିଲେ। ସେହିଦିନ ଝିଅର ପରିବାର ବାପା ଧବଲେଶ୍ୱର ନାଗ, ମା’ ଭୁଲେଶ୍ୱରୀ ନାଗ ଝିଅ ଠିକ୍ ସମୟରେ ପ୍ରତିଦିନ ଭଳି ଘରକୁ ଫେରିବା ବିଲମ୍ବ ଦେଖି ଗାଁ ଆଖପାଖରେ ବହୁତ ଖୋଜା ଖୋଜି କରିଥିଲେ। ତେବେ ଝିଅକୁ ନପାଇ ସିନେ୍ଧକେଲା ଥାନାରେ ବିଦ୍ୟାଳୟ ଶିକ୍ଷକ ଉତ୍ତମଙ୍କ ନାମରେ ଲିଖିତ ନିଜ ଛାତ୍ରୀକୁ ନେଇ ଫେରାର ହୋଇଯାଇଥିବା ଅଭିଯୋଗ କରିଥିଲେ।
ତେବେ କିଛି ଦିନ ତଳେ ଉକ୍ତ ଶିକ୍ଷକ ଛାତ୍ରୀଙ୍କ ସହ ଏକାକି ସମୟ ବିତାଇ ଗାଁ ନିକଟରେ ଛାଡ଼ି ଚାଲିଯାଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଶିକ୍ଷା ବିଭାଗୀୟ ଅଧିକାରୀଙ୍କୁ ମଧ୍ୟ ରସିକ ଶିକ୍ଷକ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଗାଁ ବାଲା ଲିଖିତ ଅଭିଯୋଗ ଆଣିଥିଲେ ମଧ୍ୟ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା। ସମ୍ପୃକ୍ତ ଶିକ୍ଷକଙ୍କୁ ସ୍କୁଲରୁ ବଦଳି କରାଯାଉଥିବା ଖବରପାଇ ଆଜି ଗ୍ରାମବାସୀ ବିଦ୍ୟାଳୟରେ ତାଲା ପକାଇଥିଲେ।