ଭୁବନେଶ୍ୱର,ଏନ୍ଏନ୍ଏସ୍: ସରକାରୀ କର୍ମଚାରୀ ମାନଙ୍କର ପଦୋନ୍ନତି ସମସ୍ୟା ବିଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଧେଶକ୍ରମେ ଗଠିତ ହୋଇଥିବା ଅଦାଲତର ବୈଠକ ଚଳିତ ମାସ ଶେଷ ସପ୍ତାହରେ ବସିବ । ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଏବଂ କୃଷି କମିଶନରଙ୍କର ଅଧ୍ୟକ୍ଷତାରେ ଏହି ଅଦାଲତ ୨୮, ୨୯ ଓ ୩୧ ତାରିଖରେ ବସିବ । ଯେଉଁ କର୍ମଚାରୀମାନଙ୍କର ପଦୋନ୍ନତି କ୍ଷେତ୍ରରେ ସମସ୍ୟା ଦେଖାଦେଇଛି ସେ ସମ୍ପର୍କରେ ରିପ୍ରେଜେଂଟେସନ ୨୩ ତାରିଖ ସୁଦ୍ଧା ଜିଏଡିଏମଆଇଏନଡଟ୍ଓଆର ଏଟଦିରେଟଏନଆଇସିଡଟ୍ଇନ ମେଲରେ ପଠାଇବା ପାଇଁ ସୂଚନା ଦିଆଯାଇଛି ।