ଓଡିଶାରେ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ-୫ କାର୍ଯ୍ୟକାରୀ କରିବ ଆଇଆଇଏଚ୍ଏମଆର୍

ଭୁବନେଶ୍ୱର,ଏନ୍ଏନ୍ଏସ୍: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତତ୍ତ୍ୱାବଧାନରେ ଏବଂ ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଫର୍ ପପ୍ୟୁଲେସନ ସାଇନ୍ସେସ୍ (ଆଇଆଇପିଏସ୍) ସମନ୍ୱୟରେ ୨୦୧୯-୨୦ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ (ଏନ୍ଏଫ୍ଏଚ୍ଏସ୍-୫) ଆୟୋଜନ କରାଯାଇଛି। ଏନ୍ଏଫ୍ଏଚ୍ଏସ୍-୫ ଓଡିଶାରେ ଫିଲ୍ଡୱର୍କର ସଞ୍ଚାଳନ କରାଯିବା ପାଇଁ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ ମ୍ୟାନେଜମେଣ୍ଟ ରିସର୍ଚ (ଆଇଆଇଏଚ୍ଏମ୍ଆଣ୍)କୁ ଏକ କଠୋର ଚୟନ ପ୍ରକ୍ରିୟା ମାଧ୍ୟମରେ ମନୋନିତ କରାଯାଇଛି। ଆଇଆଇଏଚ୍ଏମ୍ଆର୍ ଦ୍ୱାରା ଓଡିଶାରେ ଏନ୍ଏଫ୍ଏଚ୍ଏସ୍-୪ (୨୦୧୫-୧୬)କୁ ସଫଳତାର ସହ କାର୍ଯ୍ୟକାରୀ କରାଯାଇଥିଲା। ବର୍ତ୍ତମାନ ଆଇଆଇଏଚ୍ଏମ୍ଆର୍ ଭୁବନେଶ୍ୱରରେ ୩୫୦ ଅନୁସନ୍ଧାନକାରୀ (ପୁରୁଷ ଅନୁସନ୍ଧାନକାରୀ, ମହିଳା ଅନୁସନ୍ଧାନକାରୀ ଓ ସ୍ୱାସ୍ଥ୍ୟ ଅନୁସନ୍ଧାନକାରୀ)ଙ୍କ ପାଇଁ ମାସିକ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ପ୍ରଶିକ୍ଷଣ ପରେ ଏହି ଅନୁସନ୍ଧାନକାରୀମାନେ ଓଡିଶାର ୩୦ଟି ଜିଲ୍ଲାର ପ୍ରାୟ ୨୫,୦୦୦ରୁ ଅଧିକ ଘରୁ ତଥ୍ୟ ସଂଗ୍ରହ କରିବେ। ଏଥିରେ ୧୫ରୁ ୪୯ ବର୍ଷ ବୟସର କିଛି ନିର୍ଦ୍ଧିଷ୍ଟ ମହିଳାମାନଙ୍କର ଏବଂ ୧୫ରୁ ୫୪ ବର୍ଷ ବୟସର ମନୋନୀତ ପୁରୁଷମାନଙ୍କର ସାକ୍ଷାତକାର ସାମିଲ ରହିବ।

ଏହି ଅବସରରେ ଗଣମାଧ୍ୟମକୁ ସମ୍ବୋଧନକରି ଆଇଆଇଏଚଏମଆର, ଟ୍ରଷ୍ଟି ସେକ୍ରେଟାରୀ, ଡ. ଏସଡି ଗୁପ୍ତା କହିଛନ୍ତି ଯେ, “୨୦୧୫-୨୦୧୬ର ଆମର ଗତ ସର୍ବେକ୍ଷଣରେ(ଏନ୍ଏଫ୍ଏଚ୍ଏସ୍-୪) ରାଜ୍ୟରୁ ପରିବାର ନିୟୋଜନ, ଅଣ-ସଂକ୍ରାମକ ରୋଗ ଏବଂ ସାମୁହିକ ସ୍ୱାସ୍ଥ୍ୟ ସୂଚକ ସମ୍ବନ୍ଧିତ ଅନେକ ବିଷୟବସ୍ତୁ ନେଇଆସିଥିଲୁ। ଏନ୍ଏଫ୍ଏଚ୍ଏସ୍-୫ର ପ୍ରକ୍ରିୟା ବର୍ତ୍ତମାନ ଆରମ୍ଭ ହୋଇଯାଇଛି। ଏ ନେଇ ସ୍ୱେଚ୍ଛାସେବୀମାନଙ୍କୁ ପ୍ରଶିକ୍ଷିତ କରୁଛୁ। ବର୍ତ୍ତମାନ ଆଜିଠାରୁ ଫିଲ୍ଡ ୱାର୍କ ପାଇଁ ତଥ୍ୟ ସଂଗ୍ରହ ଆରମ୍ଭ ହୋଇଛି।” ଓଡ଼ିଶା ପାଇଁ ଏନ୍ଏଫ୍ଏଚ୍ଏସ୍-୫ର କୋ-ଅର୍ଡିନେଟର ଡ. ପ୍ରଦୀପ ପଣ୍ଡା କହିଛନ୍ତି ଯେ, “ୟୁନିୟନ ହେଲ୍ଥ ମିନିଷ୍ଟର ଅଧୀନରେ ଅନେକ ଏଜେନ୍ସି ମାଧ୍ୟମରେ ପ୍ରସ୍ତୁତ ଏନ୍ଏଫ୍ଏଚ୍ଏସ୍ ଏବଂ ଏହାର ରିପୋର୍ଟଗୁଡ଼ିକ ବିଶ୍ୱସ୍ତ ତଥ୍ୟଗୁଡ଼ିକ ମଧ୍ୟରୁ ଅନ୍ୟତମ। ଆଇଆଇଏଚ୍ଏମ୍ଆର ଓଡ଼ିଶା ଏବଂ ଅନ୍ୟ ରାଜ୍ୟମାନଙ୍କ ପାଇଁ ଫିଲ୍ଡ ରିସର୍ଚ ଓ ତଥ୍ୟ ସଂଗ୍ରହ ଏଜେନ୍ସି ଭାବେ ଚୟନ ହୋଇୁଛି।”

ଏନ୍ଏଫ୍ଏଚ୍ଏସ୍-୫ ହେଉଛି ଏକ ଜାତୀୟ ସର୍ବେକ୍ଷଣ ଯାହାକୁ ଭାରତରେ ଜନସଂଖ୍ୟା, ପରିବାର ନିୟୋଜନ, ମା’ ଓ ଶିଶୁର ସ୍ୱାସ୍ଥ୍ୟ, ଶିଶୁ ଅସ୍ତିତ୍ୱ, ଏଚ୍ଆଇଭି/ଏଡ୍ସ୍, ଯୌନ ସଂଚାରିତ ସଂକ୍ରମଣ (ଏସ୍ଟିଆଇଏସ୍), ପ୍ରଜନନ ସ୍ୱାସ୍ଥ୍ୟ, ପୋଷଣ ଆଦି ପ୍ରସଙ୍ଗ ଉପରେ ସୂଚନା ପ୍ରଦାନ କରିବା ପାଇଁ ପ୍ରସ୍ତୁତ କରାଯାଇଛି। ଏନ୍ଏଫ୍ଏଚ୍ଏସ୍-୫ର ଦୁଇଟି ସ୍ୱତନ୍ତ୍ର ଉଦ୍ଦେଶ୍ୟ ରହିଛି: ପ୍ରଥମଟି ହେଉଛି ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ ଦ୍ୱାରା ଆବଶ୍ୟକ କରାଯାଉଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସମ୍ବନ୍ଧିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିବା। ଅନ୍ୟଟି ହେଉଛି ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରସଙ୍ଗଗୁଡିକ ଉପରେ ସୂଚନା ପ୍ରଦାନ କରିବା। ତେବେ ଅଧିକାଂଶ ଅନ୍ୟ ସଙ୍କେତକଗୁଡିକୁ ମଧ୍ୟ ଜିଲ୍ଲା ସ୍ତରରେ ରିପୋର୍ଟ କରାଯିବ।ଏହି ଇନ୍ଷ୍ଟିଚ୍ୟୁଟ୍ ହସ୍ପିଟାଲ ଓ ସ୍ୱାସ୍ଥ୍ୟ ପରିଚାଳନା କ୍ଷେତ୍ରରେ ଶିକ୍ଷା, ପ୍ରଶିକ୍ଷଣ ଓ ଅନୁସନ୍ଧାନ କାର୍ଯ୍ୟ ସମ୍ପାଦନ କରିଥାଏ। ସେହିପରି ଏକ ଯୁବ ସଂସ୍ଥା ଆଇଆଇଏଚ୍ଏମ୍ଆର୍ ଦିଲ୍ଲୀ ଏହାର ଅତ୍ୟାଧୁନିକ ପାଠ୍ୟକ୍ରମ, ଭିତିଭୂମି ସୁବିଧା ଓ ଅଭିଜ୍ଞ ଫ୍ୟାକଲ୍ଟି ମାଧ୍ୟମରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି। ଏହା ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ହସ୍ପିଟାଲ ଓ ସ୍ୱାସ୍ଥ୍ୟ ପରିଚାଳନା କ୍ଷେତ୍ରରେ ଏକ ଗୌରବମୟ ସ୍ଥାନ ହାସଲ କରିଛି।