ପରିବାରର ବୋଝକୁ ବୋହୁଛି ୯ ବର୍ଷର ବାଳକ ଜିଲ୍ଲା By Nitidin Last updated Jan 8, 2020 Share -ବାପା, ମାଆ ରୋଗରେ ପୀଡ଼ିତ, ଭାଇ ଭିନ୍ନକ୍ଷମ ମାର୍ଶାଘାଇ,ଏନ୍ଏନ୍ଏସ୍: ବାପା, ମାଆ ରୋଗରେ ପୀଡ଼ିତ, ଭାଇ ଭିନ୍ନକ୍ଷମ। ଏଭଳି ସ୍ଥିତିରେ ଖେଳିବା ବୁଲିବା ସମୟରେ ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା ଜଣେ ୯ ବର୍ଷର ବାଳକ ମୁଣ୍ଡରେ ପରିବାର ପ୍ରତିପୋଷଣର ଚିନ୍ତା। ସେଥିରେ ପୁଣି ପରିବାରର ଅନ୍ୟ ୩ ଜଣଙ୍କୁ ଦେଖାଶୁଣା କରିବା ସହ ତାଙ୍କୁ ଚିକିତ୍ସା କରିବାରେ ଲାଗିଛି ଛୋଟ ପିଲାଟି। ଏଭଳି ସ୍ଥିତି ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ଗରଜଙ୍ଗା ପଞ୍ଚାୟତ ଅନ୍ତର୍ଗତ ଆଠବାଟିଆ (ବଡ଼ପାଳ ବଜାର)ର ପବିତ୍ର କୁମାର ବେହେରାଙ୍କ ପୁଅ ପ୍ରଥମେଶ (ତପୁ)ଙ୍କ କ୍ଷେତ୍ରରେ। ଖବର ଅନୁସାରେ ମାର୍ଶାଘାଇ ବ୍ଲକ ଗରଜଙ୍ଗା ପଞ୍ଚାୟତ ଆଠବାଟିଆ ଗ୍ରାମର ପବିତ୍ର ବେହେରା (୪୨) ତିନି ମାସ ହେବ ରୋଗରେ ଶଯ୍ୟାରେ ପଡ଼ିଛନ୍ତି। ପବିତ୍ରଙ୍କ ପତ୍ନୀ ଚମ୍ପାବତୀ ବେହେରା (୩୮) ୮ ବର୍ଷ ହେବ ଦୂରାରୋଗ୍ୟରେ ପୀଡ଼ିତା, ବଡ଼ ପୁଅ ପ୍ରଦ୍ୟୁମ୍ନ (୧୨) ଜନ୍ମରୁ ଭିନ୍ନକ୍ଷମ। ପରିବାରର ରୋଜଗାରକ୍ଷମ ପବିତ୍ର ଶଯ୍ୟାସାୟୀ। ଚମ୍ପାବତୀ ଆଣ୍ଠୁଗଣ୍ଠିଜନିତ ରୋଗରେ ପୀଡ଼ିତ ଥିବାରୁ ଚଳପ୍ରଚଳ କରିବାକୁ ଅକ୍ଷମ। ପବିତ୍ର ଜଣେ କ୍ଷୁଦ୍ର ବ୍ୟବସାୟୀ, ସ୍ଥାନୀୟ ବଡ଼ପାଳବଜାରରେ ଏକ ଛୋଟ ଜଳଖିଆ ଦୋକାନ କରି ପରିବାର ଚଳାଉଥିଲେ। ପବିତ୍ର ଏବେ ଶଯ୍ୟାଶାୟୀ। ବଡ଼ପାଳବଜାର ନିକଟବର୍ତ୍ତୀ ଚଣ୍ଡିଖୋଲ-ପାରାଦ୍ୱୀପ ୫(କ) ଜାତୀୟ ରାଜପଥର ସରକାରୀ ଜମି ଉପରେ ୨ ବଖରା ଛପର ଘର କରି ରହୁଛନ୍ତି। ତାହା ପୁଣି ଛପର ହୋଇ ପାରିନାହିଁ। ସରକାରଙ୍କ ତରଫରୁ ଭୂମିହିନ ପରିବାର ହିସାବରେ ଜମି ଓ ଘର ମିଳିଥିଲେ ମଧ୍ୟ ଅର୍ଥ ଅଭାବରୁ ଘର କରିବା ସମ୍ଭବ ହେଲାନାହିଁ ବୋଲି ମଧ୍ୟ କୁହନ୍ତି। ଏବେ ପରିବାର ନିକଟରେ ଟଙ୍କାଟିଏ ନାହିଁ। ତପୁ ଭଲ ପାଠ ପଢୁଥିଲେ ମଧ୍ୟ ପାଠ ପଢ଼ାରେ ଅଧିକ ସମୟ ଦେଇପାରୁ ନଥିବା କୁହନ୍ତି ସେ। ତେବେ ଏସମ୍ପର୍କରେ ମାର୍ଶାଘାଇ ବିଡିଓ ଦେବେନ୍ଦ୍ରନାଥ ସ୍ୱାଇଁଙ୍କୁ ପଚାରିବାବେ ପବିତ୍ରଙ୍କ ପରିବାରକୁ ଯଥାଶୀଘ୍ର ସରକାରୀ ସହୟତା ପ୍ରଦାନ କରାଯିବ ଓ ବର୍ତ୍ତମାନ ପଞ୍ଚାୟତ ତରଫରୁ ତଥା ସରପଞ୍ଚ ବିପୁଲ୍ ନାୟକଙ୍କ ପବିତ୍ରଙ୍କ ପରବାରକୁ ଭେଟି କିଛି ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯାଇଅଛି ବୋଲି ସେ କହିଛନ୍ତି। ଓ ଅଧିକ ସାହାର୍ଯ୍ୟ ଓ ସହୟତା ପାଇଁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ପ୍ରକାଶ ବିଡିଓ କହିଛନ୍ତି। Share