ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତାକାଲି ଭାରତ ବନ୍ଦ ଡାକରାକୁ ନଜରରେ ରଖି ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ବନ୍ଦ ପାଳନ ସମୟରେ ସତର୍କତାମୂଳକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଆଇନ୍ ଶୃଙ୍ଖଳା ଉପରେ ଧ୍ୟାନ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି।
ଗାଡି ମୋଟର ଓ ଟ୍ରେନ୍ ଅଟକାଇବା, ବାଣିଜ୍ୟ ପ୍ରତିଷ୍ଠାନ ବନ୍ଦ କରିବା, ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ୍ ଓ ଶିକ୍ଷାନୁଷ୍ଠାନ ଆଗରେ ପିକେଟିଂ କରିପାରନ୍ତି ବୋଲି ଉକ୍ତ ଚିଠିରେ ଶ୍ରୀ ବାଲା ଉଲ୍ଲେଖ କରିଛନ୍ତି। ଏ ନେଇ ସମସ୍ତ ସରକାରୀ କର୍ମଚାରୀମାନେ ସକାଳ ସାଢ଼େ ୯ଟା ପୂର୍ବରୁ ଅଫିସରେ ପହଞ୍ଚିବାକୁ ଚିଠିରେ ଉଲ୍ଲେଖ କରାଯାଇଛି। ପ୍ରକାଶଥାଉକି ୮ଟି ଦାବି ନେଇ ଆସନ୍ତାକାଲି ଟ୍ରେଡ୍ ୟୁନିୟନ ପକ୍ଷରୁ ଦେଶବ୍ୟାପୀ ବନ୍ଦ ଡାକରା ଦିଆଯାଇଛି।