ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ଚାରି ଜଣଙ୍କୁ ଚଳିତ ମାସ ୨୨ରେ ଫାଶୀ ଦିଆଯିବ। ଆଜି ଦିଲ୍ଲୀ ପଟିଆଲା ହାଉସ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଅତରିକ୍ତ ସେସନ୍ସ ଜଜ ସତୀଶ କୁମାର ଅରୋରା ଭିଡିଓ କନଫରେନସିଂ ମାଧ୍ୟମରେ ସମସ୍ତ ଅଭିଯୁକ୍ତଙ୍କ ଉପସ୍ଥିତିରେ ଡେଥ ୱାରଣ୍ଟ ଜାରି କରିଛନ୍ତି। ଜାନୁଆରୀ ୨୨, ବୁଧବାର ସକାଳ ୭ଟାରେ ସେହି ଚାରି ଜଣ ଅଭିଯୁକ୍ତଙ୍କୁ ଫାଶୀ ଦିଆଯିବ।