ନାଗରିକତା ଆଇନ ହିଂସା : ଜେଲରୁ ମୁକୁଳିଲେ ପୂର୍ବତନ ଆଇପିଏସ୍ ଅଧିକାରୀ ଓ କଂଗ୍ରେସ ନେତା

ଲକ୍ଷ୍ନୌ: ନାଗରିକତା ସଂଶୋଧନ ଆଇନ ବିରୋଧରେ ଘଟିଥିବା ହିଂସାକାଣ୍ଡରେ ଗିରଫ ହୋଇଥିବା ପୂର୍ବତନ ଆଇପିଏସ୍ ଅଧିକାରୀ ଏସଆର ଦାରାପୁରୀ ଏବଂ କଂଗ୍ରେସ ନେତା ସଦଫ ଜଫର ଜାମିନରେ ମୁକୁଳିଛନ୍ତି । ଜେଲରୁ ବାହାରକୁ ଆସିବା ପରେ ସଦଫ ଜଫର କହିଛନ୍ତି ଯେ, ଯେଉଁ ପର୍ୟ୍ୟନ୍ତ ସରକାର ଏହି ଆଇନକୁ ପ୍ରତ୍ୟାହାର କରି ନ ନେଇଛନ୍ତି, ସେପର୍ୟ୍ୟନ୍ତ ଆମେ ବିରୋଧ ପ୍ରଦର୍ଶନ ଜାରି ରଖିବୁ । ସେ ଆହୁରି କହିଛନ୍ତି ଯେ, ଜେଲ ଯିବା ଡର ଆମ ମନରୁ ଦୂରେଇ ଯାଇଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଧନ୍ୟବାଦ।