ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲା : ଆଜି ସ୍ଥିର ହୋଇପାରେ ଫାଶୀର ତାରିଖ

ନୂଆଦିଲ୍ଲୀ : ଦେଶକୁ ଦୋହଲାଇ ଦେଇଥିବା ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୪ଜଣ ଦୋଷୀଙ୍କୁୁ ଫାଶୀ କେବେ ହେବ ସେନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ୪ଜଣ ଦୁଷ୍କର୍ମକାରୀଙ୍କୁ ଫାଶୀ ଦିଆଯିବା ପାଇଁ ତିିହାର ଜେଲରେ ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଛି। ଏବେ ଅପେକ୍ଷା ରହିଛି ତ କେବଳ ଫାଶୀ ହେବାର ତାରିଖ, ଯାହାକି ଆଜି ସ୍ଥିର ହୋଇପାରେ ବୋଲି କୁହାଯାଉଛି।