ବଢ଼ିଲା ବସ୍ ଭଡା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ଠାରୁ ଘରୋଇ ବସ୍ ଭଡ଼ା ବୃଦ୍ଧି ପାଇଛି। ସାଧାରଣ ଓ ଏକ୍ସପ୍ରେସ୍ ବସ ଭଡ଼ା କିଲୋମିଟର ପିଛା ୧ ପଇସା ବୃଦ୍ଧି ହୋଇଛି। ସେହିପରି ଡିଲକ୍ସ ଓ ଏସି ଡିଲକ୍ସ ୨ ପଇସା ବୃଦ୍ଧି ହୋଇଛି। ପୂର୍ବରୁ ସାଧାରଣ ବସ ୭୨ ପଇସା ଥିବାବେଳେ ଏବେ ଏହା ବୃଦ୍ଧି ଘଟି ୭୩ ପଇସା ହୋଇଛି। ସେହିପରି ବର୍ତ୍ତମାନ ଏକ୍ସପ୍ରେସ ବସ ଭଡ଼ା କିଲୋମିଟର ପିଛା ବୃଦ୍ଧି ଘଟି ୭୦ ପଇସା ହୋଇଛି। ସେହିପରି ଡିଲକ୍ସ ବସ୍ ବୃଦ୍ଧି ପାଇ ୧ ଟଙ୍କା ୧ ପଇସା ଓ ଏସି ଡିଲକ୍ସ ୧ ଟଙ୍କା ୨୩ ପଇସା ହୋଇଛି।

ପ୍ରକାଶଥାଉକି ଆମେରିକା ଓ ଇରାନ୍ ମଧ୍ୟରେ ଯୁଦ୍ଧ ପରିସ୍ଥିତିର ପ୍ରଭାବ ଭାରତୀୟ ବଜାରକୁ ପ୍ରଭାବିତ କରିଛି। ତେବେ ତୈଳ ଆମଦାନୀ ଉପରେ ଏହାର ପ୍ରଭାବ ପଡିବାରୁ ଲଗାତାର ଭାବେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାବାରେ ଲାଗିଛି।ସେୟାର ବଜାରରେ ସେନସେକ୍ସ ଓ ନିଫ୍ଟି ହ୍ରାସ ପାଇଛି।