ଭୁବନେଶ୍ୱର,ଏନ୍ଏନ୍ଏସ୍: ଲାଞ୍ଚ ନେଇ ଧରାପଡିଥିବା ଆଇଏଏସ ଅଧିକାରୀଙ୍କ ରିବିବାର ରିମାଣ୍ଡ ଅବଧି ଶେଷ ହୋଇଥିବା ବେଳେ ତାଙ୍କୁ ଜେଲ ପଠାଯାଇଛି। ଆଇଏଏସ୍ ଅଫିସର ବିଜୟକେତନ ଉପାଧ୍ୟାୟ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଗଲା । ଜାମିନ ଆବେଦନର ଶୁଣାଣି ଶେଷ ପରେ ବିଜୟଙ୍କୁ ଜେଲ ପଠାଗଲା । ତେବେ ୧ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଅଧିକାରୀଙ୍କ ଦ୍ୱାରା ଗିରଫ ହୋଇଥିଲେ ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ ।
ଗିରଫ ପରେ ପଚରା ଉଚରା ପାଇଁ ତାଙ୍କୁ ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା । ଆଉ ଏହା ପରେ ୫ ତାରିଖ ଯାଏଁ ତାଙ୍କୁ ରିମାଣ୍ଡରେ ନେଇଥିଲା ଭିଜିଲାନ୍ସ । ତେବେ ଆଜି ରିମାଣ୍ଡ ଅବଧି ଶେଷ ହେଉଥିବାରୁ କୋର୍ଟ ବିଜୟଙ୍କ ଜାମିନ ଆବେଦନ ନେଇ ରାୟ ସଂରକ୍ଷିତ ରଖିଛନ୍ତି । ଆଉ ଆସନ୍ତା ୮ରେ ପରବର୍ତ୍ତୀ ଶୁଣାଣି ହେବ ବୋଲି ଶୁଣାଇଛନ୍ତି ।