ପାକିସ୍ତାନର ଗୁରୁଦ୍ୱାରା ଉପରେ ସ୍ଥାନୀୟ ମୁସଲମାନଙ୍କ ଆକ୍ରମଣ, କାର୍ଯ୍ୟାନୁଷ୍ଠାନ ନେବାକୁ ଭାରତର ଦାବି

ଅମୃତସର,ଏଜେନ୍ସି: ପାକିସ୍ତାନସ୍ଥିତ ନାନକାନା ସାହିବ ଗୁରୁଦ୍ଵାର କେତେକ ମୁସଲମାନ ଶୁକ୍ରବାର ସନ୍ଧ୍ୟାରେ ଆକ୍ରମଣ କରିବା ସହ ଗୁରୁଦ୍ୱାରା ଭିତରେ ପଶି ଭଙ୍ଗାରୁଜା କରିଛନ୍ତି। ସୂଚନା ଅନୁସାରେ ଗତବର୍ଷ ଅଗଷ୍ଟରେ ଗୁରୁଦ୍ଵାରର ପୂଜକଙ୍କ ଝିଅ ଜଗଜୀତ କୌରଙ୍କୁ ଅପହରଣ ପରେ ଧର୍ମାନ୍ତରୀକରଣ କରାଯାଇଥିଲା। ପରେ ଜଗଜୀତଙ୍କୁ ଜଣେ ମୁସଲମାନ ସମ୍ପ୍ରଦାୟର ଯୁବକ ସହିତ ବିବାହ କରାଯାଇଥିଲା। ଜଗଜିତଙ୍କୁ ଅପହରଣ ଓ ଧର୍ମାନ୍ତରୀକରଣକୁ ଶିଖ୍‌ମାନେ ବିରୋଧ କରିବାରୁ ଗୁରୁଦ୍ଵାରରେ ଭଙ୍ଗାରୁଜା କରାଯାଇଥିବା ଜଣାଯାଇଛି।

ଏହି ଘଟଣାକୁ ପ୍ରତିବାଦ କରିବା ସହ ଏ ସମ୍ପର୍କରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନଖାନଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଟ୍ୱିଟ ଜରିଆରେ କହିଛନ୍ତି। ଶିଖ ସମ୍ପ୍ରଦାୟଙ୍କ ସୁରକ୍ଷା, ନିରାପତ୍ତା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଭାରତ ପାକିସ୍ତାନ ସରକାରଙ୍କ ନିକଟରେ ଦାବି କରିଛି।

ସେହିପରି ଭାରତ ପଞ୍ଜାବ ପ୍ରଦେଶ ମୁଖ୍ୟମନ୍ତ୍ରୀ କ୍ୟାପନେଟ ଅମରିନ୍ଦର ସିଂହ ଏହି ଘଟଣା ଉପରେ ହସ୍ତକ୍ଷେପ କରିବାକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ନିବେଦନ କରିଛନ୍ତି।