ସତୀଗୁଡା ଜଳଭଣ୍ଡାରରେ ପକ୍ଷୀଙ୍କ ସଂଖ୍ୟା କମୁଛି, ୨୦୧୯ ରେ ୨୧୧୭ ଥିଲା ବେଳେ ଚଳିତ ବର୍ଷ ୧୫୮୮ ଜିଲ୍ଲାରାଜ୍ୟ By Nitidin On Jan 3, 2020 Share ମାଲକାନଗିରି,ଏନ୍ଏନ୍ଏସ୍ : ମାଲକାନଗିରି ଜିଲ୍ଲାର ବିଭିନ୍ନ ଜଳ ଭଣ୍ଡାରରେ ଆଜିଠାରୁ ବନ ଖଣ୍ଡ ପକ୍ଷରୁ ବିଭିନ୍ନ ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି। ଏ ଅବସରରେ ଜିଲ୍ଲା ସଦର ମହକୁମାସ୍ଥିତ ସତୀଗୁଡ଼ା ଜଳ ଭଣ୍ଡାରରେ ମଧ୍ୟ ମାଲକାନଗିରି ବନାଂଚଳ ପକ୍ଷରୁ ପକ୍ଷୀଗଣନା କରାଯାଇଛି। ଆଜିର ପକ୍ଷୀ ଗଣନା ଅନୁଯାୟୀ ଗତବର୍ଷ ୨୦୧୯ରେ ସତୀଗୁଡା ଜଳଭଣ୍ଡାରରେ ମୋଟ ୨୧୧୭ ଗୋଟି ବିଭିନ୍ନ ପ୍ରଜାତିର ପକ୍ଷୀ ଥିବାବେଳେ ଆଜିର ଗଣନାରେ ୧୫୮୮ଟି ବିଭିନ୍ନ ପ୍ରଜାତିର ପକ୍ଷୀ ଚିହ୍ନଟ କରାଯାଇଛି। ଗଣନାରୁ ଚଳିତବର୍ଷ ବିଦେଶୀ ପକ୍ଷୀଙ୍କ ସଂଖ୍ୟା ହ୍ରାସ ପାଇଛି। କେଉଁ କାରଣରୁ ପକ୍ଷୀଙ୍କ ସଂଖ୍ୟା ହ୍ରାସପାଉଛି ସେ ସମ୍ବନ୍ଧରେ ବନବିଭାଗ ସମୀକ୍ଷା କରିଥିବା ସହକାରୀ ବନସଂରକ୍ଷକ ଶ୍ରୀକାନ୍ତ ନାୟକ ପ୍ରକାଶ କରିଛନ୍ତି। ଆଜି ଶ୍ରୀ ନାୟକଙ୍କ ନେତୃତ୍ୱରେ ବନାଂଚଳ ଅଧିକାରୀ ବାସୁଦେବ ନାୟକ, ବନପାଳ ମୋହନ ଗୁଡିଆ, ରାଜେଶ କୁମାର ସେଠୀ, ହୃଷିକେଶ ପାଣିଗ୍ରାହି, ଦିପ୍ତିରଞ୍ଜନ ନାୟକ, ଅର୍ଜୁନ ବଟେ, ଗୋବିନ୍ଧ ମାଲି, ବାଳକୃଷ୍ଣ ମାଢି, ଅଭି ସୋଡି, ପି. ସନ୍ତୋଷ କୁମାର ତାଲିମ ପ୍ରାପ୍ତ କର୍ମଚାରୀମାନେ ସତୀଗୁଡା ଜଳଭଣ୍ଡାରରେ ଚାରୋଟି ଦଳରେ ବିଭକ୍ତ ହୋଇ ବାଇନୋକୁଲାର, ଜିପିଏସ୍ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ଯନ୍ତ୍ରପାତି ସହ ଗଣନା କାର୍ଯ୍ୟ ସକାଳ ୬ ଘଟିକାରୁ ଦିବା ୧୧ ଘଟିକା ପର୍ଯ୍ୟନ୍ତ କରିଥିଲେ। ଏଥିରେ ପାଣି ଡୁବୁକ ୨୨୩, ମାଟିଆ ଡୁବୁକି ୫୭୪, ବଡପାଣି କୁଆ ୪୯, ପାଣି କୁଆ ୧୭୭, ଛୋଟ ପାଣି କୁଆ ୪୦, ଦୁବ ହଂସ ୧, ହଂସରାଳି ୩୨୩, ବଗ ୧୧୪, ଖଇରାବଗ ୭, ବଡ ବଗ ୧୧, ପାଣି ବଗ ୨, ସାରସ ୬୭ ଟି ଥିବା ଗଣନାରୁ ଜଣାପଡ଼ିଛି। ଚଳିତ ବର୍ଷ ପାଣି ଡୁବୁକି ,ବଡ଼ ପାଣିକୁଆ ଦୁବ ହଂସ, ହଂସରାଳିଖଇରାବଗ, ବଡ଼ ବଗ ଓ ସାରସ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ଅନ୍ୟାନ୍ୟ ପକ୍ଷୀଙ୍କ ସଂଖ୍ୟା ହ୍ରାସ ଘଟିଛି। Share