ବସ-ଟ୍ରକ୍ ମୁହାଁମୁହିିଁ ଧକ୍କା, ୨ ମୃତ, ୨୦ରୁ ଅଧିକ ଗୁରୁତର

ଭଦ୍ରକ,ଏନ୍ଏନ୍ଏସ୍: ଭଦ୍ରକର ୧୬ ନମ୍ବର ଜାତୀୟ ରାଜପଥ ବନ୍ତଛକ ନିକଟରେ ଶୁକ୍ରବାର ଭୋରରେ ଏକ ବସ-ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ୨ଜଣ ପ୍ରାଣ ହରାଇଥିବାବେଳେ ୨୫ରୁ ଅଧିକ ଆହତ ହୋଇଛନ୍ତି। ଖବର ଅନୁସାରେ ଧାମନଗର ଉର୍ତ୍ସ ଉତ୍ସବରେ ଯୋଗଦେଇ ଯାତ୍ରୀମାନେ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।

 

ବସଟି ଧାମନଗରରୁ ଚରମ୍ପା ଷ୍ଟେସନ ଯାଉଥିବାବେଳେ ବନ୍ତ ଛକ ନିକଟରେ ବସର ଟ୍ରକ ସହ ସାମ୍ନା ପଟୁ ଧକ୍କା ହୋଇଥିଲା । ଜାତୀୟ ରାଜପଥ ସଂପ୍ରସାରଣ ଚାଲୁଥିବାରୁ ଗୋଟିଏ ରୁଟରେ ଟ୍ରକ ଓ ବସ ଆସୁଥିଲେ। ଫଳରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳର ପୁଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଛି ।