୩୩ତମ ସ୍ୱାଧୀନତା ସଂଗ୍ରାମୀ ମହୋତ୍ସବ: ଅହିଂସାକୁ ଜୀବନର ମୂଳମନ୍ତ୍ର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱର ସ୍ୱାଧୀନତା ସଂଗ୍ରାମୀ ପଡ଼ିଆରେ ୩୩ତମ ସ୍ୱାଧୀନତା ସଂଗ୍ରାମୀ ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ କହିଥିଲେ ଯେ, ଅହିଂସା ବିଶ୍ୱକୁ ବାପୁଙ୍କ ଶ୍ରେଷ୍ଠ ଦାନ। ଅହିଂସା ମାଧ୍ୟମରେ ହିଁ ବିଶ୍ୱର ବିଭିନ୍ନ ସମସ୍ୟାର ସମାଧାନ ହୋଇପାରିବ ବୋଲି କହି ଅହିଂସାକୁ ଜୀବନର ମୁଳମନ୍ତ୍ର କରିବା ପାଇଁ ସେ ଆହ୍ୱାନ ଜଣାଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଚଳିତବର୍ଷ, ସାରା ବିଶ୍ୱ ବାପୁଙ୍କ ୧୫୦ତମ ଜୟନ୍ତୀ ପାଳନ କରୁଛି। ସ୍ୱାଧୀନତା ସଂଗ୍ରାମୀମାନେ ବାପୁଙ୍କ ଡାକରାରେ ଦେଶ ସଂଗ୍ରାମରେ ଯୋଗଦେବାର ସୌଭାଗ୍ୟ ପାଇଥିଲେ। ସ୍ୱାଧୀନ ଭାରତ ପାଇଁ ଆମର ସଂଗ୍ରାମୀମାନଙ୍କ ତ୍ୟାଗକୁ ଏ ଜାତି କେେଽି ଭୁଲିପାରିବ ନାହିଁ। ଏକ ଶୋଷଣମୁକ୍ତ ସୁସ୍ଥ ସମାଜ ଓ ସ୍ୱାବଲମ୍ବୀ ଅର୍ଥନୀତି ତାଙ୍କର ଲକ୍ଷ୍ୟ ଥିଲା। ଏ ଦିଗରେ ଆମେ ସମସ୍ତେ ନିଷ୍ଠାପର ଭାବରେ କାର୍ଯ୍ୟକଲେ ତାହା ହେବ ବାପୁଙ୍କ ୧୫୦ତମ ଜୟନ୍ତୀର ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।