ଭୁବନେଶ୍ୱର,ଏନ୍ଏନ୍ଏସ୍: ସଚିବ ସ୍ତରରେ ରାଜ୍ୟ ସରକାର ବଡ଼ ଧରଣର ଅଦଳବଦଳ କରିଛନ୍ତି। କୃଷି ଉତ୍ପାଦନ କମିଶନର ପ୍ରଦୀପ୍ତ ମହାପାତ୍ରଙ୍କୁ ରାଜସ୍ୱ ବିଭାଗର ଅତିରିକ୍ତ ଦାୟିତ୍ୱ ସମ୍ଭାଳିବେ। ସେହିପରି ନିକୁଞ୍ଜ ବିହାରୀ ଧଳ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ହୋଇଛନ୍ତି। ତେବେ ସ୍ୱାସ୍ଥ୍ୟ ସଚିବ ଦାୟିତ୍ୱରେ ଥିବା ପ୍ରମୋଦ କୁମାର ମେହେର୍ଦ୍ଦାଙ୍କୁ ପରିବହନ ସଚିବ ଭାବେ ଦାୟିତ୍ୱ ମିଳିଛି। ଶ୍ରୀଯୁକ୍ତ ମେହେର୍ଦ୍ଦାଙ୍କୁ କୃଷି ବିଭାଗ ସ୍ୱତନ୍ତ୍ର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।
ସେହିପରି ଆଇପିଏସ୍ ଅରୁଣ ବୋଥ୍ରାଙ୍କୁ ଓଏସଆରଟିସି ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ୟେଦୁଲା ବିଜୟ ହେଲେ ଯୋଜନା-ସଂଯୋଜନା ବିଭାଗର ଉପ ସଚିବ ଦାୟିତ୍ୱ ସମ୍ଭାଳିବେ। ଦିବ୍ୟଜ୍ୟୋତି ପରିଡା ରାଉଲକେଲା ମହାନଗର ନିଗମର କମିଶନର ଭାବେ ନିଯୁକ୍ତି ଦିଆଯାଇଛି।